ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରଗୁଲ୍ରେ ଗ୍ରାମ୍ୟ ଦେବାଦେବୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ସ୍ଥାନୀୟ ବାଲୁଙ୍କେଶ୍ୱର ଆଦିବାସୀ ହାଇସ୍କୁଲର ଜୁନିଅର ରେଡ୍କ୍ରସ ୟୁନିଟ ତରଫରୁ ଏକ ସାମାଜିକ ସେବା ଶିବିର ଆୟୋଜିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସାହୁ ରେଡ୍କ୍ରସ ପତାକା ଉତ୍ତୋଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ଆଦେଶ କ୍ରମେ ଶିବିରକୁ ଜୁନିଅର ରେଡ୍କ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ପ୍ରଧାନ ଶିକ୍ଷୟିିତ୍ରୀ କୃଷ୍ଣପ୍ରୀୟା ସାହାଣୀ ପରିଚାଳନା କରିଥିବା ବେଳେ ସ୍କୁଲ ଜୁନିଅର ରେଡ୍କ୍ରସ ପରାମର୍ଶଦାତା ନିମାଇଁ ମଲ୍ଲିକ ସଂଯୋଜନା କରିଥିଲେ । ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣି ବାଘ, ହୃଷିକେଶ ଡାଙ୍ଗ, ଅନୁପ୍ରୀୟା ମିଶ୍ର, ରକ୍ଷକ ସାଧନ କର୍ମୀ ତପସ୍ୱିନୀ ଦାଶ, ପରାମର୍ଶଦାତା କୁମୁଦ କୁମାର ମଟାରୀ, ଦେବକି ବାଘ, ପ୍ରଭାସିନୀ ଦାଶ, ଦୁର୍ଯ୍ୟୋଧନ ପଶାୟତ ପ୍ରମୁଖଙ୍କ ନେତୁତ୍ୱରେ ସରଗୁଲ୍ ହାଇସ୍କୁଲ ଜୁନିଅର ରେଡ୍କ୍ରସ ୟୁନିଟର ପ୍ରାୟ ୬୫ ଜଣ ଛାତ୍ରଛାତ୍ରୀ ଶିବିରରେ ଅଂଶଗ୍ରହଣ କରି ମନ୍ଦିର ପ୍ରାଙ୍ଗଣ ସଫେଇ, ସମବେତ ଭକ୍ତଙ୍କୁ ପାନୀୟଜଳ ଯୋଗାଣ, ପ୍ରସାଦ ବଂଟନ ଏବଂ ଆଶୁ ରୋଗୀଙ୍କ ପ୍ରାଥମିକ ଚିକିତ୍ସା ସେବା ଭଳି ସେବା କାର୍ଯ୍ୟ ସଂପାଦନ କରିଥିଲେ । ଜୈନିକ ପ୍ରାୟ ୩୨ ବର୍ଷୀୟ ବ୍ୟକ୍ତି ଯାତ୍ରାସ୍ଥଳରେ ଅସୁସ୍ଥତା ଯୋଗୁଁ ବେହୋସ ହୋଇପଡିଥିଲେ । ରେଡ୍କ୍ରସ କର୍ମୀମାନେ ତାଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଦେଇଥିଲେ । ସୁସ୍ଥ ହେବାରେ ବିଳମ୍ବ ହେବାରୁୁ ୧୦୮ ଆମ୍ବୁଲେନସ୍କୁ ଡକାଯାଇଥିଲା ଏବଂ ସ୍ଥାନୀୟ ଡୁଙ୍ଗିରିପାଲି ହସପିଟାଲ୍କୁ ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଜୁନିଅର ରେଡ୍କ୍ରସର ମହନୀୟ ସେବା ମନୋଭାବରେ ଖୁସି ହୋଇ ଯାତ୍ରାସ୍ଥଳରେ ଜଳନ୍ଧର ମହାରାଜ ଜୁନିଅର ରେଡ୍କ୍ରସ ୟୁନିଟକୁ ସାର୍ଟିଫିକେଟ ଏବଂ ଟ୍ରଫି ଦେଇ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଚୈତନ୍ୟ ମଲ୍ଲିକ, ସୋମାନାଥ ହାତୀ, ସୁନିଲ କୁମାର ସାହୁ, ଯାଦବ ବେହେରା, ସନ୍ତୋଷ ମେହେର, ବଳଦେବ ସ୍ୱାଇଁ, ଧନପତି ସାହୁ ପ୍ରମୁଖ ସହଯୋଗ କରିଥିଲେ ।