ppurohit

ସ୍ୱାଗତ ସମ୍ବର୍ଦ୍ଧନା ଓ ବନ ମହୋତ୍ସବ ଆୟୋଜିତ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ କରି ଯୋଗଦେଇଥିବା ଅଧ୍ୟାପକ/ଅଧ୍ୟାପିକାଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ତଥା ବନିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ଦେଓଗାଁ ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ବଲାଙ୍ଗିରର କୋ.ଅପୋରେଟିଭ୍‌ ବ୍ୟାଙ୍କର ପୂର୍ବତନ ସଭାପତି, ତଥା ବରିଷ୍ଠ ନେତା ଲକ୍ଷ୍ମଣ କୁମାର ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡିଆ ଅଧ୍ୟାପକ ହୃଷିକେଶ ପଧାନ, ରାଜନୀତି ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ପ୍ରତିଭା ମୁନା, ବାଣିଜ୍ୟ ଅଧ୍ୟାପକ ଚୁଳମଣି ମାଝି ଓ ଇଂରାଜୀ ଅଧ୍ୟାପକ ଟିଙ୍କୁ ମେହେରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଲକ୍ଷ୍ମଣ ମେହେର ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷର ଉପାଦେୟତା ତଥା ବତ୍‌ର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ଉପରେ ଆଲୋକପାତ କରି ସମସ୍ତଙ୍କୁ ଅନ୍ତତଃ ଭବିଷ୍ୟତ ପାଇଁ ଗଛ ଲଗାଇ ତାର ଯତ୍ନ ନେବା ପାଇଁ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ପରିସରରେ ମୁଖ୍ୟ ଅତିଥି, ଅଧ୍ୟକ୍ଷ , ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ରଂଜନ କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.