jayashree

ଛତ୍ରପୁର ରିକାପଲ୍ଲୀ ଛକ ଠାରେ ଆୟୋଜିତ କାଳୀପୂଜା ମଣ୍ଡପରେ ଉତ୍ସାହ ଜମୁଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମୁଖ୍ୟ ସଡ଼କପଥ ରିକାପଲ୍ଲୀ ଛକ ଠାରେ ଚଳିତବର୍ଷ ପ୍ରଥମ କରି କାଳୀପୂଜା ଉତ୍ସବ ଆୟୋଜନ କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ କାଳୀପୂଜା ମଣ୍ଡପରେ ଉତ୍ସାହ ଜମୁଛି । ଅଗଣିତ ଭକ୍ତ ଯୋଗଦେଇ ଦେବୀ କାଳୀଙ୍କ ଦିବ୍ୟଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ସନ୍ଧ୍ୟାବେଳେ ଦେବୀଙ୍କ ଆରତୀ ଦର୍ଶନ କରି ଭକ୍ତଜନ ଭକ୍ତି ଭାବାପନ୍ନରେ ମଜ୍ଜି ଯାଇ ନିଜନିଜର ମନସ୍କାମନା ପୂରଣ ପାଇଁ ମା’ଙ୍କ ଠାରେ ଗୁହାରି ଜଣାଇବା ପୂର୍ବକ ଭାବବିହ୍ୱଳ ହୋଇ ଉଠିପଡ଼ନ୍ତି । ଯାହାକି, ଢ଼ୋଲ୍, ମହୁରୀ, ଝାଞ୍ଜରେ ସ୍ଥାନଟି ପ୍ରତ୍ୟହ ସନ୍ଧ୍ୟାରେ ଉଚ୍ଛୁଳି ପଡ଼େ, ମା’ଙ୍କ ଠାରେ ଭକ୍ତ ସମର୍ପଣ ହୋଇ ମଧ୍ୟ ଭକ୍ତି ଓ ଆନ୍ଦନ ଭାବାବେଗରେ ଭକ୍ତ ମଜ୍ଜି ଯାଇଆନ୍ତି । ଏହା ଏକ ଅତ୍ୟନ୍ତ ନିଆରା ପରମ୍ପରା ଦେଖିବାକୁ ମିଳିଛି । ସୁନ୍ଦର ଆଲୋକ ଏବଂ ତୋରଣ ତଥା ପୂଜା ମଣ୍ଡପରେ ଚିତ୍ତାକର୍ଷକ ସାଜସଜ୍ଜା ଖୁବ୍ ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ସମସ୍ତଙ୍କୁ ଆହ୍ଲାଦିତ କରିଦେଇଛି ।

Leave A Reply

Your email address will not be published.