ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (କ) ସାଧନ କେନ୍ଦ୍ରର ପୂର୍ବତନ ସଂଯୋଜକ ଶମ୍ଭୁନାଥ ଧଳଙ୍କୁ କ୍ଲଷ୍ଟର ଶିକ୍ଷକ ସଂଘ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ୨୮.୦୨.୨୦୨୬ ନଅଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ପ୍ରଧାନ ଶିକ୍ଷକ ମନୋଜ କୁମାର ବହିଦାରଙ୍କ ସଭାପତିତ୍ଵରେ, ପ୍ରଧାନ ଶିକ୍ଷକ ଭରତ ପଧାନ, ଈଶ୍ୱର ବେହେରା, କିରେଶ୍ଵର ଦୀପ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ସି.ଆର.ସି.ସି. ଶ୍ରୀ ଧଳଙ୍କ ଉଦ୍ଦେଶ୍ୟରେ ମତପୋଷଣ କରିଥିଲେ । କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷିକା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଦାୟୀ ସି.ଆର.ସି.ସି.ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶ୍ରୀ ଧଳ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ନଅଗାଁ (କ) କ୍ଲଷ୍ଟରରେ ସଂଯୋଜକ ରହି ଗତ ନଭେମ୍ବର ୧୭ ତାରିଖରେ ତାଙ୍କ କାର୍ଯ୍ୟକାଳରୁ ଅବ୍ୟାହତି ନେଇଥିଲେ । ତାଙ୍କ ନେତୃତ୍ୱରେ ନଅଗାଁ (କ) କ୍ଲଷ୍ଟରର ବିଦ୍ୟାଳୟ ଗୁଡ଼ିକରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟମାନ ପରିଲକ୍ଷିତ ହୋଇଥିଲା । ଶ୍ରୀ ଧଳଙ୍କ ସ୍ଥାନରେ ନୂତନ ଭାବେ ଦେବାଶିଷ ସାହୁ, ସି.ଆର.ସି.ସି. କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶିକ୍ଷକ ପ୍ରଦୀପ କୁମାର ଦେବତା, ଚିତ୍ତରଞ୍ଜନ ବେହେରା, ଅରୁଣ ଦାଶ, କିଶୋର ଚନ୍ଦ୍ର ବର୍ଗେ, ପ୍ରିୟ ବର୍ଦ୍ଧନ ସାହୁ, ବଲେଷ୍ଟର ମେହେର, ଲକ୍ଷ୍ମୀକାନ୍ତ ସାହୁ, ସନୋଜ କୁମାର ନାଗ, ସୁଦୀପ୍ତ ପ୍ରଧାନ, ସନତ କୁମାର ସାହା, ଶିକ୍ଷୟିତ୍ରୀ ଦଶମୀ ସାହୁ, ରୁକୁଣୀ ସାହୁ, ସୀମାଦିନୀ ବିଶ୍ୱଳ, ରଶ୍ମିତା ସାହୁ ପ୍ରମୁଖ ଯୋଗଦେଇଥିଲେ । ପରିଶେଷରେ ଅନିଲ ମହାନନ୍ଦ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରାଯାଇଥିଲା ।

Leave A Reply

Your email address will not be published.