
ଭୁବନେଶ୍ୱର, (କେପଏନ୍ଏସ୍) : ଜାତୀୟ ଷ୍ଟାଟ-ଅପ୍ ଦିବସ ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଆୟୋଜିତ ଷ୍ଟାର୍ଟଅପ୍ ମେଳାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅଧୀନ ଏଆଇସି-ସିଜିୟୁର ‘ୱିୱେର ଷ୍ଟାର୍ଟଅପ୍’ ଛାତ୍ରଛାତ୍ରୀଙ୍କୁ ପ୍ରଥମ ‘ଷ୍ଟୁଡେଣ୍ଟ ଇନୋଭେଟରସ୍, ଷ୍ଟୁଡେଣ୍ଟ ଏକ୍ଜିବିଟର’ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏହା ସହ ‘ଆୱାର୍ଡ ଅଫ୍ ରେକଗନିସନ୍’ ସମ୍ମାନ ମିଳିଛି । ସେମାନଙ୍କୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି, ସିଲ୍ ଓ ଉପଢ଼ୌକନ ଦିଆଯାଇ ସମ୍ମାନିତ କରାଯାଇଛି ।