ବଲାଙ୍ଗିର ଜିଲ୍ଲାକୁ ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ସିଲଭର ସ୍କୋଚ ଆୱାର୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ସିଲଭର ସ୍କୋଚ ଆୱାର୍ଡ (DISTRICT GOVERNANCE CATAGORY) ପାଇବାରେ ଗୌରବ ଲାଭ କରିଛି । ମାର୍ଚ୍ଚ ୨୫ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ହାବିଟେଟ ସେଣ୍ଟର ଠାରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ବଲାଙ୍ଗିର ଜିଲ୍ଲାକୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ ଓ ଆଇସିଆରଜି ଜିଲ୍ଲା ସଂଯୋଜକ ଘନଶ୍ୟାମ ସାହୁ ଉପସ୍ଥିତ ରହି ସ୍କୋଚ ଗୃପର ଅଧ୍ୟକ୍ଷ ସମୀର କୋଚରଙ୍କ ଠାରୁ ଏହି ସ୍କୋଚ ଆୱାର୍ଡ ଗ୍ରହଣ କରିଛନ୍ତି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବଳିଷ୍ଠ ନେତୃତ୍ଵ, ଆନ୍ତରିକ ଉଦ୍ୟମ ତଥା ଦିଗଦର୍ଶନ ଦ୍ଵାରା ବଲାଙ୍ଗିର ଜିଲ୍ଲାକୁ ଏହି ଗୌରବ ମିଳିଛି ।

Leave A Reply

Your email address will not be published.