ନୂତନ ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ ହେଲା ଅଟୋ ଷ୍ଟାଣ୍ଡ

  • ଆଜି ଉଦ୍‌ଘାଟିତ ହେଲା ଅଟୋ ଷ୍ଟାଣ୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆରଟିଓ ଅଫିସ ନିକଟରେ ନୂତନ ବସଷ୍ଟାଣ୍ଡ ହେବା ପରେ ସହର ଭିତରେ ଥିବା ଘରୋଇ ବସ ଏବଂ ସରକାରୀ ବସଷ୍ଟାଣ୍ଡ ସ୍ଥାନାନ୍ତରିତ ହେବା ପରେ ଅଟୋ ଚାଳକ ସଂଘ ୧୩ ତାରିଖ ଦିନ ଜିଲ୍ଲାପାଳ ଓ ଆରକ୍ଷି ଅଧିକ୍ଷକଙ୍କୁ ଦାବୀପତ୍ର ଜଣାଇଥିଲେ । ପୂର୍ବରୁ ଘରୋଇ ବସଷ୍ଟାଣ୍ଡ ସମ୍ମୁଖରେ ଯାତ୍ରୀଙ୍କ ସୁବିଧା ପାଇଁ ନେବା ଆଣିବା ନିମନ୍ତେ ଅଟୋ ଷ୍ଟାଣ୍ଡ ସ୍ଥାପନ ହୋଇଥିଲା । ଘରୋଇ ବସ ଷ୍ଟାଣ୍ଡ ସ୍ଥାନାନ୍ତରିତ ହେବା ପରେ ଅଟୋ ଚାଳକ ଅଡୁଆରେ ପଡିଯାଇଥିଲେ । ପ୍ରାୟ ୫୦ ଅଟୋ ଚଳାଚଳ ଠପ୍‌ ହୋଇଯାଇଥିଲା । ଏ ନେଇ ଜିଲ୍ଲା ପ୍ରଶାସନକୁ ଅଟୋ ଚାଳକ ସଂଘ ଏକ ସ୍ଥାନୀୟ ଜାଗା ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ଅନୁମତି ମାଗିିଥିଲେ । ପ୍ରଶାସନଙ୍କ ସହଯୋଗରେ ଆଜି ଜାଗା ଚିହ୍ନଟ ହୋଇ ଅଟୋଷ୍ଟାଣ୍ଡ ଉଦ୍‌ଘାଟନ ହୋଇଯାଇଛି । ବିଶିଷ୍ଟ ସୂଚନାକର୍ମୀ ତଥା ଘରୋଇ ବସ ମାଲିକ ସଂଘ ସଭାପତି ହେମନ୍ତ ପଣ୍ଡା ଅଟୋଷ୍ଟାଣ୍ଡକୁ ଉଦ୍‌ଘାଟନ କରିଛନ୍ତି । ଏ ନେଇ ପ୍ରଶାସନକୁ ଅଟୋ ଚାଳକ ସଂଘ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

Leave A Reply

Your email address will not be published.