oom

ଭାରସାମ୍ୟ ହରାଇ ଓଲଟିଲା ଓଟୋ

jsmm

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାସିଙ୍ଗବାଡ଼ି ଗ୍ରାମ ନିକଟ ଟେକାବାଡ଼ି ଘାଟିରେ ଭାରସାମ୍ୟ ହରାଇ ଏକ ଓଟୋ ଓଲଟି ଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ଗ୍ରାମର ୧୨ ଜଣ ଏକ ଅଟୋରେ କୋଠଗଡ଼ ବ୍ଳକ ଆରଲାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲକି ସୀତାଗୁଡ଼ା ଗ୍ରାମକୁ ଏକ ଶୁଦ୍ଧିକ୍ରିୟା କାମରେ ଯାଇ ଦାସିଙ୍ଗବାଡ଼ି ଗ୍ରାମକୁ ଫେରୁଥିବା ସମୟରେ ଦାସିଙ୍ଗବାଡ଼ି ଗ୍ରାମ ନିକଟ ଟେକାବାଡ଼ି ଘାଟିରେ ଭାରସାମ୍ୟ ହରାଇ ଓଟୋ ଓଲଟି ଖାଲରେ ପଡ଼ି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆଠ ଜଣଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.