ବଲାଙ୍ଗିର, (କେପିଏନ୍ଏସ୍) : ସହରର ବରିଷ୍ଠ ଡାକ୍ତର ହାଡିବନ୍ଧୁ ଶତପଥୀଙ୍କ ପତ୍ନୀ ତଥା ପୂର୍ବତନ ଶିକ୍ଷୟତ୍ରୀ ତୃପ୍ତିମୟୀ ମିଶ୍ରଙ୍କ ପରଲୋକ ଘଟିଛି । ବିଗତ କିଛି ସମୟ ହେବ ସେ ଅସୁସ୍ଥ ଥିବା ବେଳେ ଭୁବନେଶ୍ୱର ଏମ୍ସରେ ତାଙ୍କର ଚିକିତ୍ସା ହେଉଥିଲା । ରବିବାର ସକାଳ ୭ଟା ୧୫ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୭୪ ବର୍ଷ ହେଉଥିଲା । ଶେଷ ସମୟରେ ସ୍ୱାମୀ ଡା. ଶତପଥୀ, ଦୁଇ ପୁଅ ଦେବାଶିଷ, ସୁଭାଶିଷ, ଦୁଇ ବହୁ, ଝିଅ ଚିନ୍ମୟୀ ଜ୍ୱାଇଁ ଜୟନ୍ତ,ନାତି ନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ରବିବାର ସନ୍ଧ୍ୟାରେ ତାଙ୍କର ପାର୍ଥିବ ଶରୀରକୁ ବଲାଙ୍ଗିର ବାସଭାବନକୁ ଅଣାଯାଇ ଟିଟିଲାଗଡ଼ ରାସ୍ତା ସ୍ଥିତ ସ୍ବର୍ଗଦ୍ୱାରରେ ଅନ୍ତେଷ୍ଟି କରାଯିବା କ୍ରିୟା ନେଇ ସୂଚନା ରହିଛି ।
