ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ରାଜେନ୍ଦ୍ର ପଡ଼ା ନିବାସୀ ବିଶ୍ୱ ହିନ୍ଦୁ ପରିଷଦର ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଭାପତି ତଥା ଶିକ୍ଷକ ନୀଳାଦ୍ରୀ ବିହାରୀ ଯୋଷୀଙ୍କ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ଅସୁସ୍ଥତା ଯୋଗୁଁ ସେ ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଥିବା ସୂଚନା ରହିଛି । ବିଶ୍ୱ ହିନ୍ଦୁ ପରିଷଦର ଜଣେ ସକ୍ରିୟ ଓ ଆଦର୍ଶ ପୁରୁଷ ଭାବେ ସେ ସାରା ଓଡ଼ିଶାରେ ବେଶ୍ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
Prev Post
Next Post