ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ବାଲିଖମାର ଗ୍ରାମର ବାଳକୃଷ୍ଣ ଖେତିଙ୍କ ପୁଅ ଜ୍ୟୋତିରାଜ ଖେତି (୨୪) ନାମକ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରି ଛୁରୀରେ ମରଣାନ୍ତକ ଆକ୍ରମଣ ସହ ଟଙ୍କା ଲୁଟ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ବାଳିଖମାର ଗ୍ରାମର ଜ୍ୟୋତିରାଜ ଶନିବାର ଦିନ ୧ଟା ବେଳେ ନିଜ ବାଇକରେ ଗୁଡ଼ିଘାଟରୁ ନିଜ ଗାଁକୁ ଫେରୁଥିଲେ । ତାଙ୍କୁ ରାସ୍ତାରେ ବାଲିଖମାର ଗ୍ରାମର ଉଗ୍ରେ ଦୀପ, ପିତାମ ଦୀପ, ଶ୍ରୀ ଦୀପ ଓ ୨ ଜଣ ଅଚିହ୍ନା ଯୁବକ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବିଧା,ଗୋଇଠା ଓ ଚପଲରେ ପିଟିଥିଲେ । ପରେ ଏକ ଛୁରୀରେ ଜ୍ୟୋତିରାଜଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ବାମ ପାର୍ଶ୍ୱ ଆଖି ତଳକୁ କଟିଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସେ ଧରିଥିବା ୨ହଜାର ଟଙ୍କାକୁ ସେମାନେ ଲୁଟି ନେଇଯାଇଥିଲେ । ଗଲାବେଳେ ବଧ୍ୟ ସେମାନେ ତାଙ୍କୁ ଅତି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଆମ ବିରୁଦ୍ଧରେ ଥାନାରେ ଅଭିଯୋଗ କଲେ ହାତଗୋଡ ଭାଙ୍ଗି ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ । ରାସ୍ତା ପାଶ୍ୱର୍ରେ ପଡିଥିବା ଗୁରୁତର ଜ୍ୟୋତିରାଜଙ୍କୁ ପରିବାର ଲୋକେ ଉଦ୍ଧାର କରି ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଥାନାରେ କେସ ନଂ ୩୬୨/୨୪ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।