oum

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

jsm

କଟକ : ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍‌ଏଲ୍‌ୟୁ)ର ଜଣେ ଏଲ୍‌ଏଲ୍‌ବି ଦ୍ଵିତୀୟ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ମିଳିଛି । ପୁଲିସକୁ ଛାତ୍ରୀଙ୍କ ପରିଚୟ ମିଳି ନ ଥିବା ବେଳେ ସେ ରାଜ୍ୟ ବାହାରର ବୋଲି କୁହାଯାଉଛି । ରାତି ପ୍ରାୟ ୮ଟା ୩୦ ବେଳେ ଛାତ୍ରୀଜଣକ ଫାଶୀ ଲଗାଇ ଝୁଲିଥିବା ଦେଖିବାକୁ ମିଳିଥିଲା । ସେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ମର୍କତନଗର ଫେଜ୍‌-୨ ଥାନା ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି । ଫେଜ୍‌-୨ ଥାନା ଆଇଆଇସି ସନ୍ଧ୍ୟାରାଣୀ ସିଂହଙ୍କ କହିବା ଅନୁଯାୟୀ, ଛାତ୍ରୀଜଣକ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ବେଳେ ଘଟଣାର ତଦନ୍ତ ଚାଲିଛି ।

Leave A Reply

Your email address will not be published.