ସୁଦପଡା ରେଲୱେ ଫାଟକଠାରେ ଟ୍ରେନ୍‌ ଆଗକୁ ଡେଇଁ ଯବୁକଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁଦପଡା ସ୍ଥିତ ରେଲୱେ ଫାଟକ ଠାରେ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଅଜଣା ଯବୁକ ଆତ୍ମହତ୍ୟା କରିଥିବା ଖବର ମିଳିଛି । ସୂଚନା ଅନୁସାରେ, ବଲାଙ୍ଗିର ପଟୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ମାଳବାହୀ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଅନ୍ୟପଟେ ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କର ଏପର୍ଯ୍ୟନ୍ତ ପରିଚୟ ମିଳିପାରି ନଥିବା ବେଳେ ଘଟଣାସ୍ଥଳରେ ଜିଆର୍‌ପି ପହଂଚି ଶବଟିକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!