
ବୌଦ୍ଧ, (ମମତା ମହାକୁର) : ଗୃପ୍ ଲୋନ୍ ସୁଝି ନପାରି ଘର ଦୁଆରେ ଥିବା ପିଜୁଳି ଗଛରେ ଝୁଲି ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ବୌଦ୍ଧ ସହରସ୍ଥିତ ନୂଆ ସାହିରେ ଏଭଳି ଅଘଟଣ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ନୂଆ ସାହିର ବେନ୍ଦିରୀ ବେହେରା । ସୂଚନା ଅନୁସାରେ ସେ ସୃପ୍ ଲୋନ୍ ସୁଝି ନପାରି ଆତ୍ମହତ୍ୟା କରିଥିବା ସାଧାରଣରେ ଆଲୋଚନା ହେଉଛି । ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।