ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଦମପଡା ରେଳ ଫାଟକ ନିକଟରେ ଜଣେ ଯୁବକ ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । କାମ କରୁଥିବା ଲୋକେ କହିଛନ୍ତି ଯେ, ମାଲବାହୀ ଟ୍ରେନ ଆଗକୁ ଡେଇଁ ସଂପୃକ୍ତ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସେମାନେ ଦେଖିଛନ୍ତି । ମୃତ ଯୁବକର ନାଁ ରାଜେଶ ମହନନ୍ଦ ବୋଲି ଜଣାପଡ଼ିଛି । ସେ ବୁଢ଼ୀପଦର ଗାଁର ବୋଲି ମୃତ ଦେହ ନିକଟରେ ପଡିଥିବା ପରିଚୟ ପତ୍ରରୁ ଜଣାପଡ଼ିଛି । ତାଙ୍କ ମୃତ ଦେହ ନିକଟରେ ମୋବାଇଲ, ଇଅରଫୋନ, ଜୋତା ଓ ଆଧାରକାର୍ଡ ପଡିଛି । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡିନାହିିଁ ।

Leave A Reply

Your email address will not be published.