କୀଟନାଶକ ଔଷଧ ପିଇ ପ୍ରେମରେ ବିଫଳ ଯୁବକଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି : କୀଟନାଶକ ଔଷଧ ପିଇ କର୍ମଦୂତ ବଳିଆରସିଂଙ୍କ ୧୯ ବର୍ଷୀୟ ପୁଅ କର୍ଣ୍ଣ ବଳିଆରସିଂ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଶନିବାର ସକାଳ ପ୍ରାୟ ୯ଟାରେ ଘରେ ଥିବା କୋବି ପୋକ ମରା ଔଷଧକୁ କର୍ଣ୍ଣ ପିଇଦେଇ ଗୋରୁ ଚରାଇବାକୁ ଚାଲିଯାଇଥିଲେ । କିଛି ସମୟ ପରେ ଘରକୁ ଫେରିବା ବେଳେ କର୍ଣ୍ଣଙ୍କ ପାଟିରୁ ରକ୍ତ ବାହାରୁଥିବା ଦେଖି ମାଆ ସନ୍ଦେହ କରିଥିଲେ । ତାଙ୍କୁ ତୁରନ୍ତ ଦାରିଙ୍ଗବାଡ଼ି ମେଡିକାଲ୍‌କୁ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲା । ଦାରିଙ୍ଗବାଡ଼ି ଥାନା ଏସ୍‌ଆଇ ସୌମ୍ୟକାନ୍ତ ପଣ୍ଡା ମେଡିକାଲରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରେମରେ ବିଫଳ ହେବା ପରେ କର୍ଣ୍ଣ ଏଭଳି ପଦକ୍ଷେପ ନେଇଥିବା ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.