ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ସକାଳ ପ୍ରାୟ ୭.୪୦ମିନିଟ୍ ସମୟରେ ଟିଟିଲାଗଡ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ ରେ ଗୋଟିଏ ଅଜଣା ବ୍ୟକ୍ତି ବୟସ ପ୍ରାୟ ପାଖାପାଖି ୩୦ ରୁ ୩୫ ବର୍ଷ ହେବ ଗୋଟିଏ ମାଲବାହୀ ଟ୍ରେନ ଆସୁଥିବା ସମୟରେ ଟ୍ରେନ ଲାଇନ୍ ମଝିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପରିଚୟ ମିଳପାରିନାହିଁ । ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କ ପରିଚୟ ପାଇଲେ ଟିଟିଲାଗଡ ଜିଆରପୀ ଥାନାକୁ ଯୋଗାଯୋଗ କରିବାକୁ କୁହାଯାଇଛି ।