୫ ମହଲା ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : ୫ ମହଲା ଛାତରୁ ଡେଇଁ ପଡ଼ିଲେ ଆଇଆଇଟି ଛାତ୍ରୀ । ଅରୁଗୁଳ ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କ ଘର ଦିଲ୍ଲୀରେ ଥିବା ବେଳେ ତାଙ୍କ ନାମ କ୍ରୀତିକା ରାଜ ବୋଲି ଌଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି କ୍ୟାମ୍ପସ ଭିତରେ ଜୋରରେ ଶବ୍ଦ ହୋଇଥିଲା । ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଅଧିକାରୀ ସେଠାରେ ଛାତ୍ରୀ ଜଣଙ୍କ ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ପରେ କ୍ରିତିକାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.