oum

ବେକରେ ଦଉଡ଼ି ଦେଇ ପତିପତ୍ନୀ କଲେ ଆତ୍ମହତ୍ୟା : ଅଂଚଳରେ ଚର୍ଚ୍ଚା

jsm

ଯାଜପୁର : ବେକରେ ଦଉଡ଼ି ଦେଇ ପତିପତ୍ନୀ କଲେ ଆତ୍ମହତ୍ୟା । ସଂପୃକ୍ତ ଦୁଇ ପତିପତ୍ନୀ ହେଉଛନ୍ତି ଦୀପକ କୁମାର ନାଥ (୩୩) ଏବଂ ଅନିଶା ନାଥ(୨୦) । ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ ଯାଜପୁର ଟାଉନ ଥାନା ଖଣ୍ଡରା ଗ୍ରାମର ଅନିଶା ନାଥଙ୍କୁ ଗତ ବର୍ଷ ଜୁଲାଇ ୬ରେ ବିବାହ କରିଥିଲେ । ଦୀପକ ହାଇଦ୍ରାବାଦରେ କାମ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ନଥିଲା । ଅନ୍ୟପଟେ ବୋହୂ ଅନିଶାଙ୍କୁ ତାଙ୍କ ଶାଶୁ ଓ ନଣନ୍ଦ ନିର୍ଯ୍ୟାତନା ଦେଉଥିବା ଝିଅର ବାପ ଘର ଲୋକ ଅଭିଯୋଗ କରିଛନ୍ତି । ଅନିଶା ୬ ମାସ ‌ହେଲା ବାପ ଘରେ ରହୁଥିଲେ । ଗତ ୧୧ ତାରିଖରେ ଦୀପକ ଘରକୁ ଫେରିଥିବା ବେଳେ ଅନିଶା ମଧ୍ୟ ଶାଶୁଘରକୁ ଆସିଥିଲେ । ତେବେ ପତିପତ୍ନୀଙ୍କ ମଧ୍ୟରେ ଭଲ ସଂପର୍କ ଥିବା ଉଭୟ ପରିବାର କହୁଥିବା ବେଳେ ବିଂଝାରପୁର ଥାନାଧିକାରୀ ଅମରେନ୍ଦ୍ର ଦାଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.