ତାରାତାରିଣୀ ପୀଠରେ ଦେବୀଙ୍କ ଦର୍ଶନ କରି ଭକ୍ତିରେ ଆତ୍ମ-ବିଭୋର ହେଲେ ନବୀନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହର ନିକଟରେ ଅବସ୍ଥାପିତ ଋଷିକୂଲ୍ୟା ତୀରେ ସ୍ତନପୀଠେ ପୂଜିତା ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ନବକଳେବର ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଯୋଗଦେଇ ଦେବୀ ବିଶ୍ୱବନ୍ଦନୀୟା ସଙ୍କଟ ତାରଣୀଙ୍କୁ ଦର୍ଶନକରି ଭକ୍ତିରେ ଆତ୍ମବିଭୋର ହୋଇଥିଲେ । ବାସ୍ତବିକ ଭାବେ ଦେବୀଙ୍କ ଦର୍ଶନ କରିବା ସାଂଗକୁ ମୁଖ୍ୟମନ୍ତ୍ରୀଙ୍କ ଗହଣରେ ଆସିଥିବା ୫ଟି ସଚିବ ଭି.କେ.ପାଣ୍ଡିଆନ, ବିଜେଡିର ଅନ୍ୟତମ ମୁଖପାତ୍ର ବବିଦାଶ୍, ବିଧାନସଭାର ପ୍ରମୁଖ ସଦସ୍ୟ, ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ, ମନ୍ତ୍ରୀଗଣ ଯୋଗଦେଇ ସମୂହ ଦେବୀଙ୍କ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ଦେବୀ ତାରାତାରିଣୀଙ୍କ ପୀଠର ଜୀର୍ଣ୍ଣୋଦ୍ଧାର ମନ୍ଦିର ଓ ନୂତନ ପ୍ରାସାଦ, ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ଆଦି ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ର୍କ୍ୟାକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବ୍ୟୋମ ଯାନରେ ପୂର୍ଣ୍ଣଗିରି ପାହାଡ଼ ପାଦଦେଶରେ ଏକ ଅସ୍ଥାୟୀ ହେଲିପେଡ଼ରେ ଅବତରଣ କରିଥିଲେ । ପାଦଦେଶରୁ କଡ଼ାସୁରକ୍ଷା ମଧ୍ୟରେ ନବୀନଙ୍କୁ ଦେବୀଙ୍କ ପୀଠ ସ୍ଥଳକୁ ଅଣାଯାଇଥିଲା । ଚଳିତ ୧୫ ତାରିଖଠାରୁ ସମାହିତ ହୋଇଆସୁଥିବା ଉକ୍ତ ଯଜ୍ଞପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଚରମ ଆନନ୍ଦ ଅନୁଭବ କରି ଖୁସିବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.