ମହିଳା ମାଓବାଦୀର ଆତ୍ମ ସମର୍ପଣ

ମାଲକାନଗିରି : ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବିଏସଏଫ୍ ଓ ଓଡିଶା ପୁଲିସର କୁମ୍ବିଂ ଅପରେସନ ଚାଲୁଥିବା ବେଳେ ସ୍ୱାଭିମାନ ଅଞ୍ଚଳରେ ନାବାଳିକା ମହିଳା ମାଓବାଦୀ ଗୀତା ଓରଫ ଲାଛି ଖରାକୁ ଅଟକ ରଖିଥିଲା । କିନ୍ତୁ ଲାଛି ଆତ୍ମ ସମର୍ପଣ କରିବାକୁ ଇଛା ପ୍ରକାଶ କରିବାରୁ ତାଙ୍କୁ ଗିରଫ କରାଯାଇନଥିଲା । ତେବେ ସେ ଆଜି ମାଲକାନଗିରି ଏସପି ଋସିକେଶ ଡି.ଖିଲାରିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସେ ଜଣେ ସକ୍ରିୟ ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ ।

Leave A Reply

Your email address will not be published.