ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ପାଞ୍ଚଟି ଏଟିଏମ୍‌ ମେସିନ୍‌ରୁ କାମ କରୁଛି କେବଳ ଗୋଟିଏ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଛତ୍ରପୁର ପକ୍ଷରୁ ବହୁବାର ଏଟିଏମ୍‌ ସେବା ବ୍ୟାହତ ହେଉଥିବା ନେଇ ଗ୍ରାହକଙ୍କ ଠାରୁ ଅଭିଯୋଗ ଆସୁଛି । ମେନ୍‌ ବ୍ରାଞ୍ଚକୁ ଟଙ୍କା ଉଠାଇବା ପାଇଁ ଯାଇ ଗ୍ରାହକ ସେବା ପାଇବାରେ ବଞ୍ଚିତ ହୋଇ ନିରାଶ ହୋଇ ଘରକୁ ଫେରିଥିବା କୁହାଯାଇଛି । ଉକ୍ତ ମେନ୍‌ ବ୍ରାଞ୍ଚରେ ପାଞ୍ଚଟି ମେସିନ୍‌ ଥିବା ବେଳେ ସେଥିରୁ କେବଳ ଗୋଟିଏ ମେସିନ୍‌ କାମ କରୁଥିବା ନେଇ ଅଭିଯୋଗ ହେଉଛି । ଗୋଟିଏ ମେସିନ୍‌କୁ ପ୍ରବଳ ଭିଡ଼, ଗ୍ରାହକ ଗରମ ଗୁଳିଗୁଳିରେ ଛିଡା ହୋଇ ହନ୍ତସନ୍ତ ହେଉଛନ୍ତି । ବିଭାଗୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଏଥିପ୍ରତି ଧ୍ୟାନ ଦେଇ ବିହିତ ପ୍ରତିକାର କରିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଅଛି । ପ୍ରକାଶ ଥାଉକି, ଛତ୍ରପୁର ଅଗ୍ରହାରାମ ସାହି ନିକଟରେ ମେନ ବ୍ରାଞ୍ଚ ଅବସ୍ଥାପିତ ଥିବା ବେଳେ ମଝିବଜାର କୋର୍ଟ ଷ୍ଟେସନ ସାହି ଗଳି ମୁହଁରେ ଏଟିଏମ୍‌ କାଉଣ୍ଟରରେ ଦୁଇଟି, ବଜାର ବ୍ରାଞ୍ଚ କାଉଣ୍ଟରରେ ଦୁଇଟି, ମୁଖ୍ୟ ରେଳଷ୍ଟେସନ ନିକଟରେ ଗୋଟିଏ କାଉଣ୍ଟର ରହିଛି । ଏହି ସବୁ କାଉଣ୍ଟରମାନଙ୍କରେ ଏଟିଏମ୍‌ ସେବା ପାଇବାରେ ବହୁବାର ଗ୍ରାହକ ହନ୍ତସନ୍ତ ହୋଇ ନିରାଶ ହୋଇ ଫେରୁଛନ୍ତି ।

Leave A Reply

Your email address will not be published.