ବଲାଙ୍ଗିର, (କେପିଏନ୍ଏସ୍) : ଜଙ୍ଗଲ କ୍ଷୟ, ଜଙ୍ଗଲ ନଷ୍ଟ, ଜଙ୍ଗଲରେ ନିଆଁ, ଜଙ୍ଗଲକୁ ଜବରଦଖଲ କରି ଘର, ଜମି ତିଆରି, ଗଛ କାଟିବା ପାଇଁ ବନ୍ୟ ଜନ୍ତୁ ଯଥା ହାତୀ, ମାଙ୍କଡ, ସରୀସୃପ, ବିଲୁଆ, ବର୍ହା, ମୟୂର,ଓ ଅନ୍ୟାନ୍ୟ ପଶୁପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ସହରକୁ ଦୃତ ଗତିରେ ପ୍ରବେଶ କରି ଆସୁଛନ୍ତି । ବଲାଙ୍ଗିର ସହରର ଶାନ୍ତି ପଡାର ଓମଫେଡ ଦୁଗ୍ଧ ସଂଗ୍ରହ କେନ୍ଦ୍ରଠାରେ ମାଙ୍କଡମାନଙ୍କର ଉପଦ୍ରବ ଜୋରରେ ବଢ଼ିଚାଲିଛି । ଆଜି ହରିବନ୍ଧୁ ରାଉତଙ୍କୁ ମାଙ୍କଡ ମାନେ ଦୁଗ୍ଧ ସଂଗ୍ରହ କେନ୍ଦ୍ରଠାରେ ଗୋଡ଼କୁ ଟାଣି ନଖରେ ଆମ୍ପୁଡ଼ି ଦେଇଛନ୍ତି । ହରିବନ୍ଧୁ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଦିନକୁ ଦିନ ବଲାଙ୍ଗିର ସହରରେ ମାଙ୍କଡ ଆତଙ୍କ ଓ ଦୁର୍ଘଟଣା ବଢ଼ିଚାଲିଛି । ଏଥିପ୍ରତି ଜଙ୍ଗଲ ବିଭାଗ, ପଶୁ ସମ୍ପଦ ବିଭାଗ ଓ ମ୍ୟୁନିସିପାଲଟି ଓ ଜିଲ୍ଲା ସଦର ମହକୁମା ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ ସହରରେ ଦୁର୍ଘଟଣା ହେବ ନାହିଁ ବୋଲି ସହରର ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
Prev Post