ନୂଆପଡ଼ାରେ ବାଘ ଆତଙ୍କ

ନୂଆପଡ଼ା : ନୂଆପଡ଼ାରେ ବାଘ ଆତଙ୍କ । ଛେଳିକୁ ମାରି ଖାଇଲା କଲରାପତିିଆ ବାଘ । ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଖୋଲିଭିତର ଗାଁରେ ଘଟଛି ଏହି ଘଟଣା । ଜଙ୍ଗଲ ଭିତରେ ଛେଳିକୁ ଆକ୍ରମଣ କରିଥିଲା ବାଘ । ଛେଳି ଚରାଳିମାନେ ବାଘକୁ ଦେଖି ଚିତ୍କାର କରିବା ପରେ ସେ ଛେଳିକୁ ଛାଡ଼ି ପଳାଇଯାଇଥିଲା । ଖବର ପାଇ ବନ ବିଭାଗ ଗାଁରେ ପହଞ୍ଚି ବାଘର ଗତିବିଧି ଜାଣିବା ପାଇଁ ଟ୍ରାପ୍ କ୍ୟାମେରା ଲଗାଇଛି । ବାଘ ଭୟରେ ଖୋଲିଭିତର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।

jittmm
Leave A Reply

Your email address will not be published.