om academy

ମୋରଡା ଓ ରାସଗୋବିନ୍ଦପୁର ବ୍ଲକରେ ହାତୀ ଆତଙ୍କ

jsm

ମୋରଡା : ମୋରଡା ଓ ରାସଗୋବିନ୍ଦପୁର ବ୍ଲକରେ ହାତୀ ଆତଙ୍କ । ଗୁରୁବାର ସଂଧ୍ୟାରେ ରାସଗୋବିନ୍ଦପୁର ବ୍ଲକର ଛାତନା ଗ୍ରାମର ଜ୍ୟୋସ୍ନା ଭକ୍ତାଙ୍କ ଘରକୁ ହାତୀ ଭାଙ୍ଗିବା ସହିତ ଆସବାବପତ୍ର ନଷ୍ଟ କରିଛି । ହାତୀ ଭୟରେ ଘର ଛାଡ଼ି ଜ୍ୟୋସ୍ନା ଦୌଡ଼ି ପଳେଇ ଜୀବନ ବଞ୍ଚାଇଥିବା ଜଣାପଡିଛି । ଆଜି ଭୋର ସମୟରେ ବେତନଟୀ ରେଞ୍ଜ ତଥା ମୋରଡା ବ୍ଲକ ଅନ୍ତର୍ଗତ ଜୁଆଳିଭଙ୍ଗା ପଞ୍ଚାୟତ ଅଧିନ କାଳିଆନାଳଠାରେ ଦୁଇଟି ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ପୁଇନ ଦେହୁରୀ ବୋଲି ଜଣାପଡିଛି । ପୁଇନ ଦେହୁରୀଙ୍କ ଘର କାମ ଚାଲିଥିବାରୁ ସେ ସରକାରୀ ମମତା ଗୃହରେ ଆଶ୍ରୟ ନେଉଥିଲେ । ଘର ଭିତରେ ଶୋଇଥିବା ଅବସ୍ଥାରେ ପୁଇନଙ୍କୁ ଟାଣି ଆଣି କଚାଡ଼ି କଚାଡି ତଳେ ପକାଇ ମୁଣ୍ଡକୁ ମାଡି ଦଳି ଦେଇଥିବା ଦେଖିବାକୁ ମିଳିଛି । ପରେ ଗାଁ ଭିତରକୁ ପଶିଆସି ତିନୋଟି ଘର ଭାଙ୍ଗିଥିବା କହିଛନ୍ତି ଗ୍ରାମବାସୀ । ତେବେ ରାତିରେ ଦୁଇଟି ଦନ୍ତାହାତୀ ଆସି ଉକ୍ତ ଗ୍ରାମର ସୁନ୍ଦର ଦେହୁରୀ, ବିମ୍ବା ଦେହୁରୀ, ବିଷ୍ଣୁ ଦେହୁରୀଙ୍କ ଘର ଭାଙ୍ଗିବା ସହିତ ଘର ଭିତରେ ପଶି ଧାନ ଚାଉଳ ଖାଇବା ସହିତ ଆସବାବପତ୍ର ନଷ୍ଟ କରିଛନ୍ତି ।

Leave A Reply

Your email address will not be published.