oom

ପହଲଗାମରେ ନିରୀହ ହିନ୍ଦୁଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିବା ହେତୁ ପୂର୍ବତନ ସୈନିକ ସଙ୍ଘର ନିନ୍ଦା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୨.୦୪.୨୦୨୫ରେ ପହଲଗାମ ଠାରେ ନିରୀହ ହିନ୍ଦୁ ପର୍ଯ୍ୟଟକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି । ଯାହାକୁ ସର୍ବଭାରତୀୟ ସ୍ତରରେ ନିନ୍ଦା କରାଯାଇଛି । ଜମ୍ମୁ ଓ କାଶ୍ମୀର ଭାରତବର୍ଷର ଭୂସ୍ୱର୍ଗ ହେତୁ ଅନେକ ପର୍ଯ୍ୟଟକ ଦେଶବିଦେଶରୁ ଭ୍ରମଣ କରିବାକୁ ଯାଇଥାନ୍ତି । ଯାହାଫଳରେ ସରକାରଙ୍କ ରାଜସ୍ୱ ଆଦାୟ ହୋଇଥାଏ । ତଥା ସେହି ଅଞ୍ଚଳରେ ପର୍ଯ୍ୟଟକଙ୍କୁ ସାହାର୍ଯ୍ୟ କରି ଗରିବମାନେ ଦୁଇପଇସା ରୋଜଗାର କରିଥାନ୍ତି । ଭାରତ ବିଶ୍ୱଗୁରୁର ପରିକଳ୍ପନା କରୁଥିବା ବେଳେ ଏପରି ଅମାନୁଷିକ କାର୍ଯ୍ୟକଳାପକୁ ଦେଶବିଦେଶରେ ନିନ୍ଦା କରାଯାଉଛି । ଭାରତ ବର୍ଷର ସମଗ୍ର ଅଞ୍ଚଳରେ ନିରୀହ ହିନ୍ଦୁମାନଙ୍କ ହତ୍ୟା ପାଇଁ ଦୀପଦାନ, କ୍ୟାଣ୍ଡେଲ ଶୋଭାଯାତ୍ରା କରି ତାଙ୍କର ଆମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରାଯାଉଛି । ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟରେ ସେହି ହିନ୍ଦୁମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଅଖଣ୍ଡ ଭାରତକୁ ଖଣ୍ଡ ଖଣ୍ଡ କରିବାର ଯୋଜନା ପାକିସ୍ତାନ କରୁଛି, ତାହା କେବେ ମଧ୍ୟ ସଫଳ ହେବ ନାହିଁ । ଏହି ଘଟଣା ପାଇଁ ଦାୟୀ ଥିବା ଶତ୍ରୁଦେଶକୁ ରକ୍ତ ବଦଳରେ ରକ୍ତ ପାଇଁ ପୂର୍ବତନ ସୈନିକ ସଂଘ ମାନ୍ୟବର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ତଥା ରକ୍ଷାମନ୍ତ୍ରୀଙ୍କୁ ସଂଘ ନିବେଦନ କରିଛି । ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ତାଙ୍କ ବକ୍ତବ୍ୟାର କହିଛନ୍ତି ଯେ ପୂର୍ବତନ ସୈନକି ହେଲେ ମଧ୍ୟ ଯଦି ଡ଼ାକରା ଆସେ ଆମେ ମଧ୍ୟ ଶତ୍ରୁପକ୍ଷକୁ ଦୃଢ଼ ଜବାବ ଦେବୁ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀ, ଉପସଭାପତି ସର୍ବେରାମ ପଟେଲ ତଥା ସଦସ୍ୟ କୃଷ୍ଣ ଚନ୍ଦ୍ର ପଟେଲ, ବୀଜନ ପଣ୍ଡା, ନୀଳମଣି ହାତୀ, ବାଲଗୋପାଳ ନାଥ, ସୁଶୀଲ ପଟେଲ, ସୁରେନ୍ଦ୍ର ପଣ୍ଡା, ହରିହର ବାଗ, ରାଜେନ୍ଦ୍ର ଶବର ତଥା ଶିକ୍ଷକ ସଂଘର ସମ୍ପାଦକ ପ୍ରଦୀପ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.