
ବଲାଙ୍ଗିର, (କେପିଏନ୍ଏସ୍) : ସ୍ୱର୍ଗତ ଡ. ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ଆସନ୍ତା ତା.୦୧.୧୨.୨୦୨୧ ତାରିଖ ଦିନ ସନ୍ଧ୍ୟା ୪ଟା ସମୟରେ ମହାସମାରୋହରେ ପାଳନ କରିବା ନିମନ୍ତେ ଆଜି ବ୍ରିସ୍କା ଶିକ୍ଷାନୁଷ୍ଠାନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କପିଳେଶ୍ୱର ଖମାରୀ, ପ୍ରଭାକର ମିଶ୍ର, ବ୍ୟାସଦେବ ପୁରୋହିତ, ଲଳିତ ପୂଝାରୀ, ନବଘନ ଦାସ, ବାସୁଦେବ ସା, ରାମ ଦାସ, ଧିରେନ୍ଦ୍ର ପଣ୍ଡା, ସୋମନାଥ ମିଶ୍ର, ଅଶ୍ୱିନୀ, ସୁମି, ଅଭିଷେକ ଦାସ, ମିଲି ବାରିକ, ସୌମ୍ୟ ରଂଜନ ପୁଝାରୀ, ବିରଞ୍ଚି ନାରାୟଣ ମେହେର ଏବଂ ଅନ୍ୟାନ୍ୟ ବୁଦ୍ଧିଜୀବୀ ଓ ସାଂସ୍କୃତିକ ଅନୁଷ୍ଠାନର ସଭ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ୱର୍ଗତ ପଣ୍ଡାଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଆଲବମ୍ ଅଟଳ ଦା ଅମର ରହେ ଏବଂ ତାଙ୍କ ରଚିତ “ବାନ୍ଦୁ ଉବାଚ” ପୁସ୍ତକ ଉନ୍ମୋଚନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । କଳାକାରଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଅଟଳ ସ୍ମୃତି କମିଟି ସଭାପତି ସାଂସ୍କୃତିକ ସଂଗଠିକା ସଂଗିତା ଦାଶ ଏବଂ ଆବାହକ ଜୟକୃଷ୍ଣ ମିଶ୍ର ବୈଠକ ପରିଚାଳନା କରିଥିଲେ ।