ସମ୍ବଲପୁରୀ ଗାୟିକା ରୁକସାନା ବାନୋଙ୍କ ପରିବାର ପକ୍ଷରୁ ରୁକୁ ସୁନାଙ୍କ ନାଁରେ ଥାନାରେ ଏତଲା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି ପରିବାର । ସୋମବାର ସନ୍ଧ୍ୟାରେ ରୁକସାନାଙ୍କ ମା’ ଓ ବଡ ଭଉଣୀ ରୁକସାନାଙ୍କ ମୃତ୍ୟୁ ସ୍ୱାଭାବିକ ମୃତ୍ୟୁ ନୁହେଁ ତାଙ୍କୁ ସୁପରିକଳ୍ପିତ ଭାବେ ପାନୀୟରେ ସ୍ଲୋ ପଏଜନ ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ରୁକସାନାଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ସମ୍ବଲପୁରୀ ଲୋକପ୍ରିୟ ଗାୟକ ରୁକୁ ସୁନା ଏବଂ ଅନ୍ୟ କେତେକ ସହଯୋଗୀଙ୍କ ନାମରେ ଅଭିଯୋଗ କରିଛନ୍ତି । ସ୍କ୍ରବ ଟାଇପସ ଯୋଗୁ ରୁକସାନାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ମଧ୍ୟ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ରୁକସାନାଙ୍କୁ ସ୍ଲୋ ପଏଜନ ଦେଇ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ଏ ସମ୍ପର୍କିତ କିଛି ଅଡିଓ ମଧ୍ୟ ଭାଇରଲା ହେବାରେ ଲାଗିଛି । ରୁକସାନାଙ୍କ ମୃତ୍ୟୁ ଘଟଣାର ପର୍ଦାଫାଶ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପରିବାର ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.