ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଅଭିଯୋଗ : ୪ ଅଟକ

କଳାହାଣ୍ଡି : ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ଗୁରୁବାର ବିଳମ୍ଵିତ ରାତିରେ କଳାହାଣ୍ଡି ଭବାନୀପାଟଣା ସହର ବସଷ୍ଟାଣ୍ଡ ନିକଟ ଘୋଡ଼ାଘାଟ ଛକରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦେବାନସାଏ ପଡାର ୪ଜଣ ଯୁବକଙ୍କୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ନିଶାସକ୍ତ ଅବସ୍ଥାରେ ଥିବା ଦେବାନସାଏ ପଡ଼ାର ୪ଜଣ ଯୁବକଙ୍କ ସହ ବିବିସିପଡାର ସତ୍ୟନାରାୟଣ ରଏ ନାମକ ଯୁବକଙ୍କ ସହ ସାମାନ୍ୟ ବଚସା ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସତ୍ୟନାରାୟଣଙ୍କୁ ପଛପଟୁ ଛୁରୀ ଭୁସି ଫେରାର୍ ହୋଇଯାଇ ଥିଲେ । ଖବର ପାଇ ଛୁରାମାଡ଼ ହୋଇଥିବା ଯୁବକଙ୍କ ସାଙ୍ଗମାନେ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେତେବେଳକୁ ସତ୍ୟନାରାୟଣଙ୍କ ମୃତ୍ୟୁ ହୋଇ ସାରିଥିଲା । ଏନେଇ ମୃତକଙ୍କ ପରିବାର ଲୋକେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ଵାଡ୍ ସହିତ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦେବାନସାଏ ପଡାର ୪ ଜଣ ଯୁବକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.