om academy

ସବ୍-ଇନସ୍ପେକ୍ଟରଙ୍କ ଉପରେ ମାଡ଼ିଗଲା ହାଇୱା, ଡ୍ରାଇଭର୍ ଅଟକ

jsm

ଯାଜପୁର : ସବ୍-ଇନ୍ସପେକ୍ଟର ସୁଜିତ କୁମାର ପାଣ୍ଡବ ଡ୍ୟୁଟି କରୁଥିବା ସମୟରେ ନଳାଙ୍ଗ ଠାରେ ତାଙ୍କ ଉପରେ ଏକ ହାଇୱା ଗାଡି ଚଢି ଯାଇଥିବା ଖବର ମିଳିଛି । ଡାକ୍ତରଖାନା ନେବା ବାଟରେ ସୁଜିତଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ସବ୍-ଇନସ୍ପେକ୍ଟର ସୁଜିତି କୁମାର ପାଣ୍ଡବ ପାଟ୍ରୋଲିଂ କରୁଥିବା ବେଳେ ନଳାଙ୍ଗ ଠାରେ ଏକ ହାଇୱା ଗାଡି ତାଙ୍କ ଉପରେ ଚଢିଯାଇଥିଲା । ସୁଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ କଟକ ସ୍ଥାନାନ୍ତର କରାଯାଉଥିଲା । ଏହି ସମୟରେ ବାଟରେ ସୁଜିତଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଗାଡିକୁ ଜବତ କରି ଡ୍ରାଇଭର୍‌କୁ ଅଟକ ରଖିଛି ପୋଲିସ ।

Leave A Reply

Your email address will not be published.