om academy

ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ବାଳକର ପରିବାରବର୍ଗଙ୍କୁ ଭେଟି ଆଶ୍ୱାସନା ଦେଲେ ବିଧାୟକ ରମେଶ ଜେନା

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିକଟରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୦ ବର୍ଷର ବାଳକର ମୃତ୍ୟ ଘଟିଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଛତ୍ରପୁର ବ୍ଳକ୍ ବଡ଼ ଆର୍ଯ୍ୟପଲ୍ଲୀ ଗ୍ରାମର ମତ୍ସ୍ୟଜୀବୀ ସମ୍ପ୍ରଦାୟର ଏସ୍.ଅଭିରାମଙ୍କ ପିତା ଏସ୍.ବାଲରାଜୁ ତଥା ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ଗଭୀର ସମବେଦନା ଜଣାଇବା ସାଂଗକୁ ଶାନ୍ତ୍ୱନାମୂଳକ ଭାବେ କିଛି କ୍ଷତିପୂରଣ ପ୍ରଦାନ କରିଛନ୍ତି । ଏକମାତ୍ର ପୁତ୍ର ସନ୍ତାନ ହରାଇଥିବା ନେଇ ଗଭୀର ମର୍ମାହତ ହୋଇପଡିଥିବା ବାଲରାଜୁଙ୍କ ପରିବାର ଜଣେ ଗରିବ ମତ୍ସ୍ୟଜୀବୀ ପରିବାର । ତାଙ୍କ ପରିବାରଙ୍କୁ ରାଜ୍ୟ ସରକାର ଅନୁକମ୍ଫାମୂଳକ ଭାବେ ରାଶି କ୍ଷତିପୂରଣ ଦେବା ନିହାତି ଜରୁରୀ ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ ପାର୍ଟି ଦାବୀ କରିଛନ୍ତି । ପରିବାରର ଲୋକଙ୍କ କହିବା ପ୍ରକାରେ ଶ୍ରୀ ଜେନା କହିଛନ୍ତି ଯେ, ବାଳକର ସେମିତି କୌଣସି ରୋଗ ନଥିଲା । ସାମାନ୍ୟ ଦେହଖରାପ ହେବାରୁ ତାଙ୍କୁ ନିକଟସ୍ଥ ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ନିଆଯାଇଥିଲା । କୌଣସି କାରଣ ନ ଥାଇ ପିଲାଟିକୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରିବା ଫଳରେ ଚିକିତ୍ସା ଅବହେଳା ଯୋଗୁଁ ୧୦ବର୍ଷର ବାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି, ଏହା ଉଦ୍‌ବେଗର ବିଷୟ ବୋଲି ଗଣମାଧ୍ୟମ ଆଗରେ ଶ୍ରୀ ଜେନା ରାଜ୍ୟ ପ୍ରଶାସନକୁ ତୀବ୍ରନିନ୍ଦା କରିଛନ୍ତି । ବ୍ରହ୍ମପୁର ବଡ଼ ମେଡିକାଲରେ ରୋଗୀଙ୍କୁ ଅଣଦେଖା ତଥା ଡାକ୍ତର, ନର୍ସ, ସେବିକାଙ୍କ ଅବହେଳା ପ୍ରଦର୍ଶନ ଯୋଗୁଁ ଅନେକଙ୍କ ଜୀବନ ହାନି ଘଟୁଛି ବୋଲି ମତପ୍ରକାଶ ପାଇଥିଲା । ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡିକାଲରେ ଡାକ୍ତର, ନର୍ସ, ସେବିକାଙ୍କ ଖାଲିଥିବା ପଦବୀ ପୂରଣ ନ କରିବା ଏବଂ ଚିକିତ୍ସାସେବାକୁ ତ୍ୱରାନ୍ୱିତ୍ୱ ନ କରିବା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଗଣମାଧ୍ୟମ ଆଗରେ ଦୃଢ଼ତାର ସହ ଅଭିଯୋଗ ବଖାଣି ସରକାରଙ୍କୁ ଦାୟୀ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ହସ୍ପିଟାଲମାନଙ୍କରେ ରୋଗୀ ସେବା ବିପର୍ଯ୍ୟସ୍ତ ଘଟିଛି । ଗଞ୍ଜାମ ଜିଲ୍ଲାର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ହସ୍ପିଟାଲ ଭାବେ ମାନ୍ୟତା ନ ଦେବା ଏକ ପରିତାପର ବିଷୟ ବୋଲି କହିଛନ୍ତି । ପ୍ରତିଟି କ୍ଷେତ୍ରରେ ଉକ୍ତ ହସ୍ପିଟାଲରେ ରୋଗୀଙ୍କ ପ୍ରାଥମିକଚିକିତ୍ସା କରାଇ ରୋଗୀଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯିବା ବିଷୟକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଉକ୍ତ ହସ୍ପିଟାଲରେ ଯାନ୍ତ୍ରୀକ ଜନିତ, ଟେକ୍ନିସିଆନର ଅଦ୍ଭାବ ସାଂଗକୁ ୨୨ଜଣ ଡାକ୍ତରୀ ପଦବୀ ସ୍ଥାନରେ ୭ଜଣ ଡାକ୍ତର ଏବେ ନିୟମିତ ଅଛନ୍ତି । କିଛିଦିନ ହେଲା ଜଣେ ଭେଷଜ ବିଶେଷଜ୍ଞଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି.ରୁ ଅସ୍ଥାୟୀ ଭାବେ ଜଣେ ଡାକ୍ତରଙ୍କୁ ଅଣାଯାଇଛି । ଯାହା ଛତ୍ରପୁର ଜିଲ୍ଲା ମହକୁମା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ ବୋଲି କଂଗ୍ରେସ ପାର୍ଟି ପକ୍ଷରୁ ଅତ୍ୟନ୍ତ ଲଜ୍ୟା ଓ ନିନ୍ଦନୀୟ ବୋଲି ବର୍ଣ୍ଣନା କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଭାଗୀରଥି ବେହେରାଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ଏହି ପ୍ରେସମିଟରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଉପ-ସଭାପତି ମହେଶ୍ୱର ପାତ୍ର, ଦଣ୍ଡପାଣି ପାତ୍ର, ଛତ୍ରପୁର ବ୍ଲକ୍ ସଭାପତି ଅବନୀ ଶତପଥୀ, ସମାଜସେବୀ କାଳିଆ ରାଉଳ, ଆର୍ଯ୍ୟପଲ୍ଲୀ ସଂଗଠକ ଗୋବିନ୍ଦ ପାପାରାଓ ପ୍ରମୁଖ ଉକ୍ତ ଚିକିତ୍ସାସେବାର ବିପର୍ଯ୍ୟସ୍ତ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.