ସୁସାହିତ୍ୟିକ ଅଶ୍ୱିନୀ କୁମାର ମହାନ୍ତି ଆଉ ଇହଜଗତରେ ନାହାନ୍ତି

ଟିଟିଲାଗଡ଼, (ପ୍ରମୋଦ କୁମାର ସେଲମା) : ସୁସାହିତ୍ୟିକ ଅଶ୍ୱିନୀ କୁମାର ମହାନ୍ତି ଆଉ ଇହଜଗତରେ ନାହାନ୍ତି(୭୮) । ଗତକାଲି ଦିନ ୧ଟା ସମୟରେ ତାଙ୍କ ବୁର୍ଲା ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଜଣେ ସଫଳ ସଂଗଠକ, ସମାଜସେବୀ, ନୀତିନିଷ୍ଠ ରାଜ୍ୟ ସମ୍ମାନ ପ୍ରାପ୍ତ କୃତି ଶିକ୍ଷକ ଓ ଶିକ୍ଷକ ନେତା ତଥା ଅନେକ ବଳିଷ୍ଠ ସଂଗଠନ ଓ ଅନୁଷ୍ଠାନର ସଭାପତି ଭାବେ ସେ ଥିଲେ ଟିଟିଲାଗଡ଼ର ଜଣେ କିମ୍ବଦନ୍ତୀ ପୁରୁଷ । ତାଙ୍କର ଅବର୍ତ୍ତମାନ ସାରା ଟିଟିଲାଗଡ଼ ସହରକୁ ଦୁଃଖଦାୟକ ହୋଇଛି ।

Leave A Reply

Your email address will not be published.