ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ୭ନଂ.ୱାଡ ନୂଆସାହିର ହରିଜନ ବସ୍ତିର ମଳିକ ନାୟକଙ୍କ ପରିବାର ଜଙ୍ଗଲି ଛତୁ ଖାଇ ୭ ଜଣ ଅସୁସ୍ଥ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିଙ୍କ ମଧ୍ୟରେ ମଳିକ ନାୟକ, ପମି ନାୟକ, ଅଜିତ ନାୟକ, ମାନସ ନାୟକ, ମନ ନାୟକ, ଶ୍ରୀୟା ନାୟକ ଓ ଯାକବ ନାୟକ ପ୍ରଥମେ ଛତୁ ଖାଇବା ପରେ ମୁଣ୍ଡ ଝିମ୍ ଝିମ୍ ହେବା ସହ ମୁଣ୍ଡ ଓ ପେଟ ବ୍ୟଥା ହେବାରୁ ମେଡ଼ିକାଲକୁ ଆସିଥିଲେ । ସେମାନଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ଅର୍ଣ୍ଣପୂର୍ଣ୍ଣା ସାହୁ, ଡା. ରାମ ପାତ୍ର, ଡା. ବିଶାଲ ବାବୁ ଚିକିତ୍ସା କରିବା ପରେ ସାଲାଇନ ଓ ଇଞ୍ଜେକସନ ଦେବା ସହ ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏହାକୁ ନେଇ ଅଞ୍ଚଳରେ ଛତୁ ଖାଇଥିବା ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବର୍ତ୍ତମାନ ବର୍ଷା ଯୋଗୁଁ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଜଙ୍ଗଲି ଛତୁ ଫୁଟୁଥିବା ବେଳେ ଲୋକେ ସଂଗ୍ରହ କରି ନିଜେ ଖାଇବା ସହ ବଜାରରେ ବିକ୍ରି କରୁଛନ୍ତି । ଆଜି ଏଭଳି ଖବର ପ୍ରକାଶ ପରେ ଅଞ୍ଚଳରେ ଛତୁ କିଣି ଖାଇଥିବା ଲୋକେ ଚିନ୍ତାରେ ପଡିଛନ୍ତି ।
Next Post