ସମାଜସେବୀ ଡ. ଶ୍ରୀକର ମିଶ୍ର ଅସୁସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜଣାଶୁଣା ସମାଜସେବୀ ଡ. ଶ୍ରୀକର ମିଶ୍ର ହୃଦ୍‌ଘାତଜନିତ ସମସ୍ୟାରୁ ଅସୁସ୍ଥ ଥିବା ସୂଚନା ମିଳିଛି । ଡ. ଶ୍ରୀ ମିଶ୍ର ଗତ ସୋମବାର ରାତିରେ ପୁରୀରୁ ବଲାଙ୍ଗିର ଅଭିମୁଖେ ଟ୍ରେନ୍‌ରେ ଆସୁଥିଲେ । ଖୋର୍ଦ୍ଧା ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାରବର୍ଗ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ଜରୁରୀକାଳୀନ ଭିତ୍ତିରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପରିବାରବର୍ଗ ଓ ସମ୍ପର୍କୀୟଙ୍କ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.