ଆସୁଛେ ନୂଆଁଖାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସୁଛେ ପଶ୍ଚିମ ଓଡ଼ିଶାର ମୁଖିଆ ପରବ୍‌ ନୂଆଁଖାଇ । ଇଥିର ଲାଗି ଗାଁ ନୁଁ ସହର୍‌ ସବୁଆଡେ଼ ଏଛିନ୍‌ ଉସ୍‌ନାକି ଦେଖ୍‌ବାର୍‌ କେ ମିଲୁଛେ । ଆମର୍‌ ଅଂଚଲ୍‌ କୃଷିଭିତ୍ତିକ ଅଂଚଲ୍‌ ବଲି କୃଷିଭିତ୍ତିକ ପରବ୍‌ ବି ଇନେ ମୁଖିଆ ପରବ୍‌ । ପହେଲା ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ ନୁ ରାଜ ପୁରୋହିତ୍‌ ଲଗନ୍‌ ଦେଖ୍‌ଲା ଉତ୍‌ରୁ ଇ’ଘଡ଼ି ମୂଲ୍‌ ହେଇଗଲାନ’ ନୂଆଁଖାଇ ପ୍ରସ୍ତୁତି । ଘର ସଫା ସୁତ୍‌ରା, ଲିପା ପୁଛା ନୁଁ ମୂଲ୍‌ କରି ପୁର୍‌ନା ବାସନ୍‌ କୁସନ୍‌ ଧୁଆରେତା ଚାଲିଛେ ରେହେଁପେଚେ । ଏତ୍‌କି ବେଲ୍‌କେ କୁମ୍ଭାର ବୁପ୍‌ରାର୍‌ ବି କାମ୍‌ ବଢ଼ି ଯାଇଛେ । ମାଏଟ୍‌ ଚୁଇଲ୍‌, ସରେଇ, ହାଏଁଡ଼ ସାଂଗେ ଭିନ୍‌ ଭିନ୍‌ ଜିନିସ୍‌ ବନାବାର୍‌ ଥି ତାର୍‌ ଫୁର୍‌ସତ୍‌ ନେଇଁ । ନୂଆଁଖାଇ ଥି ସବୁ ନୂଆଁ ମାଏଟ୍‌ ପାତ୍ର ବେଭାର୍‌ ହେସି । ଏଥିର୍‌ ଲାଗି ଇ’ଘଡ଼ି ବଡ଼ା ଭିଡ଼୍‌ ଦେଖ୍‌ବାର୍‌ କେ ମିଲିଛେ କୁମ୍ଭାର ଶାଲେ ।

Leave A Reply

Your email address will not be published.