ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସର୍ଜରୀ ବିଭାଗରେ ଏକ ବିରଳ ଅସ୍ତ୍ରୋପଚାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ଏମ୍‌କେସିଜି ଅବା ବଡ଼ମେଡିକାଲରେ ସର୍ଜରୀ ବିଭାଗରେ ଏକ ଅଦ୍ଭୂତପୂର୍ବ ବିରଳ ଅସ୍ତ୍ରୋପଚାର କରାଯାଇଛି । ଏହି ସଫଳ ଅସ୍ତ୍ରୋପଚାରରେ କୃଷ୍ଣ ରାଉତ ନାମକ ଜଣେ ଯୁବକଙ୍କଠାରେ ହୋଇଛି । ସୂଚନା ଅନୁସାରେ ଆଠଦିନ ପୂର୍ବେ ଗୁଜରାଟର ସୁରଟ ଅଞ୍ଚଳରେ ରହୁଥିବା କୃଷ୍ଣଙ୍କୁ ତାଙ୍କର କିଛି ମଦ୍ୟପ ବନ୍ଧୁ ମଳଦ୍ୱାର ନିକଟରେ ଏକ ଷ୍ଟିଲ ଗ୍ଲାସ ଜବରଦସ୍ତ ଭର୍ତ୍ତି କରିଦେଲେ । ତାହା ମଳଦ୍ୱାର ଦେଇ ପେଟ ଭିତରକୁ ପଶି ଯାଇଥିଲା । ପରେ ପେଟ ବ୍ୟଥା ଅବସ୍ଥାରେ ସେ ଟ୍ରେନ ଯୋଗେ ତାଙ୍କ ଗ୍ରାମ ବୁଗୁଡ଼ା ଆସିଥିଲେ । ଅତ୍ୟନ୍ତ ବ୍ୟଥା ହେବା ପରେ କୃଷ୍ଣଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅସ୍ତ୍ରୋପଚାର ୧୯ ତାରିଖରେ ସମ୍ପନ୍ନ ଓ ସଫଳ ଭାବେ ହୋଇଛି । ଅସ୍ତ୍ରୋପଚାରର ଦୃଶ୍ୟରେ ଭିଡିଓ ଓ ଫଟୋରେ ଡାକ୍ତରମାନେ ପେଟ କାଟି ଷ୍ଟିଲ ଗ୍ଲାସକୁ ବାହାର କରିଥିବା ଦୃଶ୍ୟ ଦେଖାଯାଇଛି । ପ୍ରଥମେ ଡାକ୍ତରମାନେ ମଳଦ୍ୱାର ଦେଇ ଗ୍ଲାସକୁ ବାହାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ, ବିଫଳ ହେବା ପରେ ପେଟକାଟି ତାହାକୁ ବାହାର କରିଥିଲେ ।

Leave A Reply

Your email address will not be published.