ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହସିଙ୍ଗିରେ ଲକ୍ଷ୍ମୀ ମନ୍ଦିରର ରତ୍ନମୁଦ ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ତିନିଦିନ ଧରି ଅନୁଷ୍ଠିତ ହେବା ପରେ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ମହସିଙ୍ଗି ଗ୍ରାମ୍ୟ କମିଟିର ତତ୍ୱାବଧାନରେ କଳସ ଯାତ୍ରା ସହିତ ତିନିଦିନ ଧରି ନାମଯଜ୍ଞ, ଅନ୍ନଯଜ୍ଞ, ଜ୍ଞାନଯଜ୍ଞ, ଗୋ ପୂଜା, ସୂର୍ଯ୍ୟ ପୂଜା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଯଥା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ମହସିଙ୍ଗି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଲକ୍ଷ୍ମୀ ମନ୍ଦିର ଠାରେ ନାମଯଜ୍ଞ ସହ ରତ୍ନମୁଦ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଥିଲା । ଏଥିରେ ଆଖପାଖ ବିଭିନ୍ନ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଲକ୍ଷ୍ମୀ ମନ୍ଦିର ରତ୍ନମୁଦ କାର୍ଯ୍ୟକ୍ରମରେ ସମାଜସେବୀ ତଥା ବିଜେଡି ନେତା ଟୁନା ଦାସ, କ.ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ଧବଳେଶ୍ୱର ପାତ୍ର, ବାଲିଗୁଡା ବ୍ଲକ ବିଜେଡି ସଭାପତି ଅବନୀ କାନ୍ତ ନାୟକ, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶି ମାଝି ପ୍ରମୁଖ ଉପସ୍ଥିତ ରହି ମା’ଙ୍କ ସାନ୍ନିଧ୍ୟ ଲାଭ କରିଥିଲେ ।

Leave A Reply

Your email address will not be published.