ପିତାମହୁଲ ଗାଁରେ ଅଷ୍ଟପ୍ରହରୀ ନାମଯଜ୍ଞ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗାଁରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଗୁରୁବାର ଦିନ ସନ୍ଧ୍ୟାରେ କଳସ ଯାତ୍ରା କରାଯାଇଥିଲା ଓ ଶୁକ୍ରବାର ଦିନ ସକାଳ ୭ ଘଣ୍ଟା ୫୨ ମିନିଟରେ ନାମଯଜ୍ଞ ଆରମ୍ଭ କରାଯାଇଥିଲା । ଏଥିରେ କର୍ତ୍ତା ଦାୟିତ୍ଵ ତୁଳାଇଥିଲେ ନରହରି ପୁଞ୍ଜି ଓ ତାଙ୍କ ସ୍ତ୍ରୀ ପୁତନା ପୁଞ୍ଜି । ପୂଜକ ଥିଲେ ଉମାଶଙ୍କର ତ୍ରିପାଠୀ ଓ ଜପକ ଗୁଣନିଧି ପାଣିଗ୍ରାହୀ । ଯଜ୍ଞରେ ବହୁତ ଲୋକଙ୍କ ସମାଗମ ହୋଇଥିଲା । ଅତିଥି ହିସାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଅଲଣ୍ଡା ପୂର୍ବତନ ସରପଂଚ ଅର୍ଜୁନ ଯାଦବ, ସମାଜସେବୀ ଯୁବରାଜ ବାଗ ଯୋଗ ଦେଇଥିଲେ । ଶେଷରେ ଶନିବାର ଦିନ ସକାଳେ ନାମଯଜ୍ଞ ସମାପ୍ତ କରି ପୂର୍ଣ୍ଣାହୂତି କରାଯାଇଥିଲା । ଏଥିରେ ସହଯୋଗ କରିଥିଲେ ଅଷ୍ଟପ୍ରହରୀ ପୂଜା କମିଟିର ସଭାପତି କରମଚାନ୍ଦ ଜୈନ, ଗମ୍ଭୀର ବାଗ, ବାବୁଲାଲ ବାଗ, ତୃପାମୟ ପୁଞ୍ଜି, ଦିନ ବାଗ, ନିରଞ୍ଜନ ବାଗ, କୃପାସିନ୍ଧୁ ମାଝୀ, ମନରଞ୍ଜନ ମାଝୀ, ପରମାନନ୍ଦ ଖର୍ସେଲ, ଅନନ୍ତ ବାଗ, ତସିବ ପୁଞ୍ଜି ତଥା ସମସ୍ତ ପିତାମହୁଲ ଗ୍ରାମବାସୀ ।

Leave A Reply

Your email address will not be published.