ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ଯୋଗେଶ୍ୱର ବିହାର ମଠଠାରେ ମଠର ପିଠାଧିଶ୍ୱର ସାଧୁ ସୁଶିଲ ଦାସଙ୍କର ନେତୃତ୍ୱରେ ୨୯ ତାରିଖରେ କଳସ ଯାତ୍ରା ଓ ୩୦ ତାରିଖରେ ମହିମା ଅଲେଖ ବ୍ରହ୍ମଯଜ୍ଞ ବାଲ୍ୟଲୀଳା ଓ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶୁକ୍ଳପକ୍ଷ ଏକାଦଶୀ ଦିନ ମୁରିବାହାଲ ମହିମା ମଠଠାରେ ମଙ୍ଗଳବାର ଦିନ ନିମ୍ନ କାର୍ଯ୍ୟସୂଚୀ ଅନୁସାରେ ନାମ ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ମହାସମାରୋହରେ ଅନୁଷ୍ଠିତ ହୋଇଛି । ଏହି ବ୍ରହ୍ମ ଯଜ୍ଞରେ ମୁରିବାହାଲ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଅଲେଖ ମହିମା ପ୍ରଭୁଙ୍କ କୃପାଭାଜନ ହେବା ସଙ୍ଗେସଙ୍ଗେ ଅନେକ ପୂଣ୍ୟ ଲାଭ କରିଛନ୍ତି । ଜୀବ ଜଗତର ମଙ୍ଗଳାର୍ଥେ ପ୍ରବୃଦ୍ଧ ଗୁରୁ ମହିମା ସ୍ୱାମୀ ସୁମହିମା ବଳରେ ଧରାଧାମକୁ ଅବତିର୍ତ୍ତନ ହୋଇ ମହାଘୋର କଳିଯୁଗରେ ସତ୍ୟ ସନାତନ ମହିମା ଧର୍ମ ସ୍ଥାପନ କଲେ ଏବଂ ଚଉଷଠି ଶିଦ୍ଧ ଅନ୍ତେ କୋଟି ସାଧୁ ନିସ୍କାମ ଗହଣିୟା ଭକ୍ତ ଓ ଧର୍ମାତ୍ମା ନରନାରୀମାନଙ୍କୁ ଧରି ଜୀବ ଜଗତର ପାପ, ତାପ, ଦୁଃଖ, ଶୋକ, ନିବାରଣାର୍ଥେ ନିସ୍କାମ ବାଲ୍ୟଲିଲା ବ୍ରହ୍ମ ଧ୍ଵନୀ ସ୍ଥାପନ ଘୃତାହୁତୀ ବ୍ରହ୍ମାର୍ପଣ ମହିମା ଯଜ୍ଞ ପ୍ରକାଶ କରିଛନ୍ତି । ଏହି ଅଷ୍ଟ ପ୍ରହରୀ ନାମଯଜ୍ଞରେ ବିଭିନ୍ନ ଗ୍ରାମର ସଙ୍କୀର୍ତ୍ତନ ଦଳ ଯୋଗ ଦେଇଥିଲେ । ଏହି କାର୍ଯ୍ୟକମରେ ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ଅଲେଖ ମହିମା ଧର୍ମାବଲମ୍ବି, ସାଧୁ, ସନ୍ନ୍ୟାସୀଙ୍କ ସହିତ ସମସ୍ତ ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ।
Next Post