oom

୧୪୦ କୋଟି ଭାରତୀୟଙ୍କ ସମୂହ ଚେଷ୍ଟା ଓ ଆଶୀର୍ବାଦରୁ ସୁଶାସନ ଓ ରୂପାନ୍ତରିକରଣ ଲାଗି ବିଭିନ୍ନ କ୍ଷେତ୍ରରେ ଭାରତ ଦ୍ରୁତ ପରିବର୍ତ୍ତନ ଦେଖିଛି : ପ୍ରଧାନମନ୍ତ୍ରୀ

jsmm

ନୂଆଦିଲ୍ଲୀ, (ପିଆଇବି) : ସାମୁହିକ ସଫଳତା ଲାଗି ଆମେ ଗର୍ବିତ ଏବଂ ବିକଶିତ ଭାରତ ପାଇଁ ବିଶ୍ୱାସ ଓ ଆତ୍ମ ବିଶ୍ୱାସ ସହ ପରିମାର୍ଜିତ ପ୍ରସ୍ତାବ ଉପରେ ଆସ୍ଥା ରଖୁ : ପ୍ରଧାନମନ୍ତ୍ରୀ ଗତ ୧୧ ବର୍ଷରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି ଏବଂ ଜୀବନଧାରଣର ମାନରେ ବହୁ ସୁଧାର ଆସିଛି : ପ୍ରଧାନମନ୍ତ୍ରୀନମୋ ଆପ ମାଧ୍ୟମରେ ଭାରତର ରୂପାନ୍ତରିତ ଯାତ୍ରାକୁ ଆବିଷ୍କାର ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଏନଡିଏ ନେତୃତ୍ୱାଧୀନ ସରକାରରେ ଗତ ୧୧ ବର୍ଷ ଭିତରେ ଭାରତର ଉଲ୍ଲେଖନୀୟ ରୂପାନ୍ତରିକରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ହୋଇଥିବା ଦ୍ରୁତ ଅଭିବୃଦ୍ଧି ଲାଗି ୧୪୦ କୋଟି ଭାରତୀୟଙ୍କ ସାମୁହିକ ଚେଷ୍ଟା ନିହିତ ଓ ଏହା କେବଳ ସୁଶାସନ ଓ ରୂପାନ୍ତରିକରଣ ପାଇଁ ହୋଇପାରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଭାବଧାରାରେ ଏନଡିଏ ସରକାର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅର୍ଥନୈତିକ ଅଭିବୃଦ୍ଧିରୁ ଆରମ୍ଭ କରି ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଲୋକମାନଙ୍କ ହିତ ଲାଗି ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ଭାରତ କେବଳ ଏକ ପ୍ରଗତିଶୀଳ ଅର୍ଥନୀତି ନୁହେଁ ବରଂ ଜଳବାୟୁ ପରିବର୍ତ୍ତନ ଓ ଡିଜିଟାଲ ଅଗ୍ରଗତି କ୍ଷେତ୍ରରେ ସାରା ବିଶ୍ୱ ଲାଗି ଏକ ବୈଶ୍ୱିକ ମାଧ୍ୟମ ପାଲଟିଛି । ବିଶ୍ୱାସ, ଆତ୍ମବିଶ୍ୱାସ ଓ ପରିମାର୍ଜିତ ପ୍ରସ୍ତାବ ସହ ସାମୁହିକ ସଫଳତାରେ ଆମେ ଗର୍ବିତ । ଗତ ୧୧ ବର୍ଷରେ ବ୍ୟାପକ ପରିବର୍ତ୍ତନ ହୋଇଛି ଓ ଜୀବନଧାରଣର ମାନକୁ ସରଳିକରଣ କରାଯାଇଛି । ନମୋ ଆପ ମାଧ୍ୟମରେ ଭାରତର ରୂପାନ୍ତରିତ ଯାତ୍ରା ସମ୍ପର୍କରେ ଲୋକେ ଆବିଷ୍କାର କରିପାରିବେ ବୋଲି ମୋଦୀ କହିଛନ୍ତି । ଗେମ, କୁଇଜ, ସର୍ଭେ ଓ ଅନ୍ୟାନ୍ୟ ଫର୍ମାଟରେ ଏହି ଆପ ମାଧ୍ୟମରେ ଲୋକେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜାଣିପାରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ନମୋ ଆପ ଓ ଅନ୍ୟାନ୍ୟ ୱେବସାଇଟରେ ଉପଲବ୍ଧ ବିଭିନ୍ନ ଭିଡିଓ, ଇନଫୋଗ୍ରାଫିକ୍ସ ଓ ପ୍ରବନ୍ଧ ମାଧ୍ୟମରେ ଭାରତର ବିକାଶ ଯାତ୍ରା ସମ୍ପର୍କରେ ଲୋକେ ଅବଗତ ହୋଇପାରିବେ ବୋଲି ମୋଦୀ କହିଛନ୍ତି । ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଏକଥା ଉଲ୍ଲେଖ କରିଛନ୍ତି ।

jittmm
Leave A Reply

Your email address will not be published.