
ବ୍ରହ୍ମପୁର, (କେପିଏନ୍ଏସ୍) : ସମ୍ବାଦ ଓ କନକ ନ୍ୟୁଜ୍ର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ରୁଜୁ କରି ପୋଲିସ୍ ମାରପିଟ୍ କରିବା ସହ ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କ ଗୋଡ଼ରେ ବେଡି ପକାଇବା ଘଟଣାକୁ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ନିନ୍ଦା କରିବା ସହ ପୋଲିସର ବର୍ବରୋଚିତ କାର୍ଯ୍ୟାନୁଷ୍ଠାନ ଓ ଗଣମାଧ୍ୟମର କଣ୍ଠରୋଧ କରିବା ଘଟଣା ଅତ୍ୟନ୍ତ ଉଦ୍ବେଗଜନକ ବୋଲି ପ୍ରକାଶ କରିଛନ୍ତି । ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇଦେବାକୁ ଶ୍ରୀ ରଥ ଦାବୀ କରିଛନ୍ତି । ରାଜ୍ୟ ସରକାରଙ୍କ ଏକଛତ୍ରବାଦ ଶାସନର ଏହା ଏକ ନମୂନା ବୋଲି ସେ ସୂଚାଇଛନ୍ତି ।