jittmm
sonalika

ବୃକ୍ଷରୋପଣ କରି ଜନ୍ମଦିନ ପାଳନ କଲେ କରାଟେ କୋଚ ଅସୀମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିନରେ ପାଶ୍ଚାତ୍ୟ ଦେଶର ପରଂପରା ଅପଣାଇ ଜନ୍ମଦିନମାନଙ୍କରେ ଲୋକେ କେକ୍‌ କାଟି, ଭୋଜି ଭାତି, ନାଚ ଗୀତ ସହିତ ବଡ ଧୁମଧାମରେ ଜନ୍ମଦିନ ପାଳନ କରିଥାନ୍ତି । କିନ୍ତୁ ଆଜି ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜାତୀୟ ସ୍ତରୀୟ କରାଟେ ତଥା ଟାଇକଣ୍ଡୋ କୋଚ୍‌ ଅସୀମ କୁମାର ଭୋଇ । ଅସୀମ ଭୋଇ ନିଜ ଜନ୍ମ ଦିନରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ଜିଲ୍ଲା ଟାଇକଣ୍ଡୋ ସଂଘର ଛାତ୍ରଛାତ୍ରୀଙ୍କ ସହଯୋଗ କ୍ରମେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚବିଦ୍ୟାଳୟ ପଡିଆରେ ୪୦ଟି ବୃକ୍ଷ ରୋପଣ କରିଛନ୍ତି । ପୃଥ୍ୱୀରାଜ ଉଚ୍ଚବିଦ୍ୟାଳୟ ଖେଳ ପଡିଆ ଏକ ବିରାଟ ପଡିଆ ହୋଇଥିବା ସତ୍ତେ୍ୱ ଏଠି ଗୋଟିଏ ବି ଗଛ ନ ଥିବାରୁ ଖେଳାଳିମାନେ ବୃକ୍ଷର ଛାଇ ଟିକେ ପାଇବା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେ ସବୁକୁ ଦୃଷ୍ଟିରେ ରଖି ଆଜି କିଛି ଛାୟା ପ୍ରଦାନକାରୀ ଗଛ ଓ ଫଳ ଗଛ ଲଗାଯାଇଥିବା ଯୁବ ସମାଜସେବୀ ଅସୀମ ଭୋଇ ଗଣମାଧ୍ୟମକୁ ସୂଚନା ଦେବା ସଙ୍ଗେ ଏ ବୃକ୍ଷମାନଙ୍କର ରକ୍ଷଣା ବେକ୍ଷଣ ପାଇଁ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନଠାରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.