ଏଏସ୍‌ଆଇ ଦୀପ୍ତିମୟୀଙ୍କ ପାଖକୁ ଶୁଭେଚ୍ଛାର ସୁଅ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁର ଦେବତା ପରିବାର ବହୂ ତଥା ଡାକ୍ତର ନିର୍ମଲ କୁମାର ଦେବତାଙ୍କ ପତ୍ନୀ ଶ୍ରୀମତୀ ଦିପ୍ତିମୟୀ ମିଶ୍ର ବିଗତ ଦୁଇ ବର୍ଷ ହେଲା ବରଗଡ଼ ଟାଉନ ଥାନାରେ ଏଏସ୍‌ଆଇ ପଦବୀରେ କାର୍ଯ୍ୟରତ ଅଛନ୍ତି । ଆଜି ରାଉରକେଲା ସ୍ଥିତ ସିବିକ ସେଣ୍ଟରଠାରେ ତାଙ୍କୁ କାର୍ଯ୍ୟରେ ତତ୍ପରତା, ସମୟାନୁବର୍ତ୍ତିତା ଓ କୋଭିଡ ଯୋଦ୍ଧା ପାଇଁ ପୋଲିସ ଫରମେସନ୍‌ ଡେ କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ପ୍ରମାଣପତ୍ର ସହ ମେଡାଲ ଡିଜିପି ଡିକ୍ସ ଦେଇ ପୁରସ୍କୃତ କରିଛନ୍ତି । ଏହି ଖୁସି ଖବର ଜାଣିବା ପରେ ଗୁଦେରପାଲି ଦେବତା ପରିବାର ତରଫରୁ ଅଧ୍ୟାପକ ଧନପତି ଦେବତା, ଡକ୍ଟର ଅର୍ଜୁନ ଦେବତା, ସମାଜସେବୀ କିଶୋର ଚନ୍ଦ୍ର ଦେବତା, ଶିକ୍ଷାବିତ ବିଶ୍ୱେଶ୍ୱର ଦେବତା, ଏଡ୍‌ଭୋକେଟ୍‌ ଅଶ୍ୱିନୀ ଦେବତାଙ୍କ ସହ ଗୁଦେରପାଲି ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.