oom

ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ନୃସିଂହ ଭଗବାନଙ୍କ ଠାରେ ଆଶୀର୍ବାଦ ଭିକ୍ଷା କଲେ ପ୍ରଦୀପ ପୁରୋହିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ବିଜେପି ତରଫରୁ ପ୍ରଦୀପ ପୁରୋହିତଙ୍କ ନାମ ଶନିବାର ଘୋଷଣା ହୋଇଥିବା ବେଳେ ରବିବାର ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି, ବରଗଡ ସାଂସଦ ସୁରେଶ ପୁଝାରୀ, ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପୂର୍ବତନ ବିଧାୟକ ପ୍ରଶନ୍ନ ପାଢୀ, ଓବିସି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ମୁକ୍ତା ସାହୁ, ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ, କୈଳାସ ଦିଶ୍ରୀ, ସୁଶାନ୍ତ ନାଗ, ସରୋଜ ସାମଲ, ରୋଶନ ପାଣିଗ୍ରାହୀ ପ୍ରମୁଖଙ୍କ ସହ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପୂର୍ବାହ୍ନାରେ ନୃସିଂହନାଥ ମନ୍ଦିରକୁ ଯାଇ ଭଗବାନ ମାର୍ଜାର କେଶରୀଙ୍କ ଠାରେ ପୂଜା ଅର୍ଚ୍ଚନା ସହ ଦୀପ ପ୍ରଜ୍ୱଳନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ସେଠାରୁ ଫେରି ପାଇକମାଲର ବିଜେପି କାର୍ଯ୍ୟାଳୟକୁ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଓ ଅନ୍ୟ ସହକର୍ମୀଙ୍କ ଉପସ୍ଥିତରେ ଉଦ୍‌ଘାଟନ କରିଥିଲେ । ସନ୍ଧ୍ୟାରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପାଇକମାଲ ଧର୍ମଶାଳାଠାରେ ପାଇକମାଲ ବଣିକ ସଂଘ ଓ ନାଗରିକ କମିଟିର କର୍ମକର୍ତ୍ତା ପ୍ରମୁଖଙ୍କୁ ଉପନିର୍ବାଚନରେ ମୁଁ ବିଜେପି ତରଫରୁ ପ୍ରାର୍ଥୀ ଭାବରେ ଛିଡା ହୋଇଛି ବୋଲି କହିବା ସହ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ସୋମବାର ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବି ତେଣୁ ଆପଣ ମାନେ ଏଥିରେ ଯୋଗଦାନ କରିବେ ବୋଲି ଶ୍ରୀ ପୁରୋହିତ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

jittmm
Leave A Reply

Your email address will not be published.