oom

ସହକାରୀ ଯନ୍ତ୍ରୀ ଅଶୋକ କୁମାର ପାହାନଙ୍କ ଶୋକାକୂଳ ପରିବେଶରେ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପାହାନଙ୍କ ମର ଶରୀର ଗାଁ ମଶାଣିରେ ଶୋକାକୂଳ ପରିବେଶରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଭୁବନେଶ୍ୱରରୁ ଗୁରବାର ରାତ୍ର ୭ ବେଳେ ତାଙ୍କର ମୃତ ଶରୀର ଗଞ୍ଜାମ ବ୍ଲକ ଅନ୍ତର୍ଗତ ବାଦପଲ୍ଲୀ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ତାଙ୍କ ମର ଶରୀରକୁ ଗ୍ରାମରେ ଏକ ଶୋଭାଯାତ୍ରାରେ କୋଭିଡ ନିୟମାନୁଯାୟୀ ପରିକ୍ରମା କରିବା ସହ ସ୍ମଶାନକୁ ନେଇଥିଲେ । ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ଅନୁସୂଚିତ ଜାତି ଭାଜପା ରାଜ୍ୟ ସମ୍ପାଦକ କୀର୍ତ୍ତନ ଦାସ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ବନଜ କୁମାର ସେଠୀ, ଜୁନିୟର ଆସିଷ୍ଟାଣ୍ଡ ଚନ୍ଦ୍ର ଶେଖର ଦୋରା, ସୁଶାନ୍ତ କୁମାର ସାହୁ, ରାଜିବ ଚନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ସଂଗୀତା ପାହାନ, ପୁତ୍ର ଅଶ୍ମିତ(୧୪), ତ୍ରିଷ୍ଣା(୮)ଆତ୍ମୀୟ ସଜ୍ଜନ, ବନ୍ଧୁ ପରିଜନ, ଗ୍ରାମାବାସୀ, କର୍ଯ୍ୟରତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।ଦକ୍ଷ, କର୍ତ୍ତବ୍ୟ ନିଷ୍ଟ, ଶାନ୍ତ ସ୍ଵଭାବର ଯୁବ ଇଂଜିନିୟରଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.