ଯଦି ସଂଭବ ହୁଅନ୍ତା, ତେବେ ସାରା ଜଗତକୁ ପେଣ୍ଟିଂ କରି ଦିଅନ୍ତି : ପେଣ୍ଟିଂକୁ ଖୁବ୍‌ ଭଲ ପାଉଥିବା ଆଶାମଂଜରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫୁଡ୍‌ ନ୍ୟୁଟ୍ରେସନ୍‌ ପାଠ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପିଜି କରୁଥିବା ଛାତ୍ରୀ ଆଶାମଂଜରୀ ସାହୁ ପେଣ୍ଟିଂ କରିବାକୁ ଖୁବ୍‌ ଭଲ ପାଉଥିବା ବେଳେ ଯଦି ସଂଭବ ହୁଅନ୍ତା ଜଂଗତକୁ ପେଣ୍ଟିଂ କରି ଦିଅନ୍ତି ବୋଲି କୁହନ୍ତି । ଶାନ୍ତ, ଶିଷ୍ଟ ସ୍ୱଭାବର ଛାତ୍ରୀ ଆଶା ଜଣେ ଉତ୍ତମ ଛାତ୍ରୀ ହୋଇଥିବା ବେଳେ ପିଲାଟି ଦିନରୁ ଚିତ୍ର ଆଙ୍କିବା, ପେଣ୍ଟିଂ କରିବା ତଥା ଗୀତ ଗାଇବା ଆଦି କଳା ପ୍ରତି ତାଙ୍କର ବିଶେଷ ରୁଚି ରହିଛି । ପାଠପଢ଼ାରୁ ସାମାନ୍ୟ କିଛି ସମୟ ପାଇଲେ ବି ସେ ନିଜ ଭିତରେ ରହିଥିବା କଳାର ସାଧନାରେ ବିନିଯୋଗ କରନ୍ତି । ତାଙ୍କ ଦ୍ୱାରା ଅଙ୍କା ଯାଇଥିବା ଚିତ୍ର ଗୁଡ଼ିକ ବେଶ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ । ସହପାଠୀ ଜଗତରେ ତାଙ୍କ କଳା ପାଇଁ ତଥା ମେଳାପୀ ଓ ଶାନ୍ତ ସ୍ୱଭାବ ଯୋଗୁଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି ।

Leave A Reply

Your email address will not be published.