ଆଶାକର୍ମୀ ଭତ୍ତା ବୃଦ୍ଧି, ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ଦାବୀରେ ସେପ୍ଟେମ୍ବର ୨୮ ତାରିଖରୁ ହେବ ଅନିର୍ଦ୍ଧିଷ୍ଟକାଳ ପାଇଁ ବିଧାନସଭା ଘେରାଓ : ନିଖିଳ ଓଡିଶା ଆଶାକର୍ମୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଓଡିଶା ଆଶାକର୍ମୀ ସଂଘର ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ଜିଲ୍ଲା କାର୍ଯ୍ୟାଳୟଠାରେ ସଭାପତି ତିର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜାତୀୟ ଶ୍ରମ ସମ୍ମିଳନୀରେ ନିଷ୍ପତ୍ତି ଅନୁଯାୟୀ ଆଶାକର୍ମୀଙ୍କୁ ୱାର୍କର ମାନ୍ୟତା, ସର୍ବନିମ୍ନ ପେନସନ, ସାମାଜିକ ନିରାପତ୍ତା, ମାସିକ ସୁନିଶ୍ଚିତ ଭତ୍ତା ପରିବର୍ତ୍ତେ ମାସିକ ଭତ୍ତା ପ୍ରଦାନ, ବିଭିନ୍ନ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ଅନ୍ୟାନ୍ୟ ଯୋଜନାର ଦେୟ ଆଶାମାନଙ୍କର ଜମାଖାତାରୁ କଟାଯିବା ବନ୍ଦ କରିବା ସହ ସରକାର ବୀମା ଯୋଜନାର ପ୍ରିମିୟମ ପ୍ରଦାନ, ସମସ୍ତ ପ୍ରୋତ୍ସାହନ ରାଶିକୁ ମିଶାଇ ମୋଟ ୨୧ହଜାର ଟଙ୍କା ଭତ୍ତା ପ୍ରଦାନ, ଆଶାକର୍ମୀଙ୍କ ବହିଷ୍କାର ବସୟ ସୀମା ୬୫ ବର୍ଷକୁ ବୃଦ୍ଧି ସହିତ ବହିଷ୍କାର ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଜନନୀ ସୁରକ୍ଷା ଯୋଜନାରେ ଅନୁଦାନ ବୃଦ୍ଧି ସହ ଆଶା କର୍ମୀଙ୍କ ପାଇଁ ଗଠିତ ସଂସଦୀୟ କମିଟିର ସୁପାରିଶ ଯଥା ଦଶ ବର୍ଷର ଅଭିଜ୍ଞତା ଥିବା ଆଶାକର୍ମୀଙ୍କୁ ଏ.ଏନ୍‌.ଏମ୍‌ ପଦୋନ୍ନତି, ୫ ବର୍ଷ ଅଭିଜ୍ଞତା ଥିବା ଆଶାକର୍ମୀଙ୍କ ନର୍ସିଂ ସ୍କୁଲ କଲେଜରେ ତାଲିମ ପାଇଁ ସ୍ଥାନ ସଂରକ୍ଷଣ ଓ ଅନ୍ୟାନ୍ୟ ଦାବିରେ ଆସନ୍ତା ୨୮ ତାରିଖରୁ ବିଧାନସଭା ସମ୍ମୁଖରେ ଦାବୀ ହାସଲ ପର୍ଯ୍ୟନ୍ତ ଦିବାରାତ୍ର ଧାରଣା ବିକ୍ଷୋଭ ଅନୁଷ୍ଠିତ ହେବାକୁ ସ୍ଥିରକୃତ ହୋଇଛି । ଆଜିକାର ସଭାରେ ବଲାଙ୍ଗିର ଜିଲ୍ଲାର ସମସ୍ତ କମିଟିର ସଭାପତି ସଂପାଦକମାନେ ଯୋଗଦେଇ ନିଜର ମତାମତ ପ୍ରଦାନ କରିଥିଲେ । ଏହି ସମାବେଶରେ ବଲାଙ୍ଗିର ଜିଲ୍ଲାରୁ ବହୁ ସଂଖ୍ୟକ ଆଶା କର୍ମୀ ଯୋଗଦେବାକୁ ସଭାପତି ତିର୍ଥ ପ୍ରଧାନ ଓ ସଂପାଦକ ଓମି ଗୁପ୍ତା ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

error: Content is protected !!