ବସୁଧୈବ କୁଟୁମ୍ବକମ୍‌ର ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଦ୍ୱାରା ଆୟୋଜିତ ୨୮ତମ ପୁସ୍ତକ ମେଳାର ୭ମ ଦିବସରେ ପ୍ରଥମ ଅଧିବେଶନ ସହରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ଆୟୋଜନ କରିଥିଲା ସାହିତ୍ୟ ଆଲୋଚନା ଓ କବିତା ପାଠୋତ୍ସବ । ଏହି ଆଲୋଚନା ସଭାରେ ମୁଖ୍ୟ ଅତିଥି ଭାବେ କଥାକାର ତଥା ସ୍ତମ୍ଭକାର ଭୂପେନ ମହାପାତ୍ର ଯୋଗଦାନ କରି କହିଲେ ଯେ, ଆଜି ଯେଉଁ ପରିମାଣରେ ପୁସ୍ତକ ରଚନା ହେଉଛି ସେହି ପରିମାଣରେ ପାଠକ ସୃଷ୍ଟି ହେଉ ନାହାନ୍ତି । ଫଳରେ ପାଠାଗାରର ଆଦର ଓ ଆବଶ୍ୟକତା ଧିରେ ଧିରେ କମି ଯାଉଛି । ମୁଖ୍ୟବକ୍ତା ଶିକ୍ଷାବିତ ରାଜ କୁମାର ମହାନ୍ତି ଯୋଗଦେଇ କହିଥିଲେ ସାହିତ୍ୟ ସଂସ୍କୃତି ଉପରେ ପୁସ୍ତକର ପ୍ରଭାବ ଯୁଗେ ଯୁଗେ ରହି ଆସିଛି । ପ୍ରାଗ୍ ଐତିହାସିକ ଯୁଗ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସାହିତ୍ୟ ସଂସ୍କୃତି ଓ ପୁସ୍ତକ ପରସ୍ପର ପରିପୂରକ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଇ. ଅଜିତ ମୋହନ ପୂଜାରୀ ପାଠକ, ପାଠାଗାର ଓ ପୁସ୍ତକକୁ ନେଇ ଏକ ସୁନ୍ଦର ଅଭିବ୍ୟକ୍ତି ରଖିଥିଲେ । ଅନୁଷ୍ଠାନର ଉପଦେଷ୍ଟା ମହେନ୍ଦ୍ର କୁମାର ପଟ୍ଟନାୟକ ଆଶୀର୍ବଚନ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକ ଅନୁଷ୍ଠାନର ବହୁମୁଖୀ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ସାଧାରଣ ସମ୍ପାଦକ ଅନିଲ କୁମାର ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ସୁଶାନ୍ତ କୁମାର ନାୟକ ମଞ୍ଚ ପରିଚାଳନା ଓ କବିତା ସଂଯୋଜନା କରିଥିବା ବେଳେ ଯୁବକବି ଗୌତମ ଦାସ କବିତା ଗୁଡିକର ପାଠକୀୟ ମତାମତ ରଖିଥିଲେ । ସହରର ଜଣାଶୁଣା କବି କବିତା ପାଠରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!