ଭକ୍ତି କବିତା ଆସର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିମାଇଁ ସାହିତ୍ୟ ସଂସଦର ଆନୁକୂଲ୍ୟରେ ହରିରାଜପୁର ପଂଚୁଦୋଳ ମେଳନ ପଡିଆ ମଧ୍ୟସ୍ଥ ସୂଚନା କେନ୍ଦ୍ର ମଂଚରେ ପ୍ରେମାନନ୍ଦ ମଲ୍ଲିକଙ୍କ ପୌରହିତରେ ଭକ୍ତି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରମିଳା ପଟ୍ଟନାୟକ, ଗୀତାରାଣୀ ରଣଜିତ୍, ନଳିନୀପ୍ରଭା ପଟ୍ଟନାୟକ, ରବୀନ୍ଦ୍ର ଷଢଙ୍ଗୀ, ଅମ୍ବରୀଶ ଶତପଥି ସମେତ ପ୍ରାୟ ପଚାଶ ଜଣ କବି ଏକଜୁଟ ହୋଇ ସ୍ୱରଚିତ ଭକ୍ତି କବିତା ପଠନ କରିଥିଲେ । ସଂଯୋଜନା କରିଥିଲେ କବି ସଂପଦ କୁମାର ବେହେରା । ଶ୍ରୀମତୀ କଳ୍ପଲତା ପାଳଙ୍କ କବିତା ପୁସ୍ତକ ଧରା ଶ୍ରାବଣୀ ଓ ଝରା ଶେଫାଳୀ ଡେଲାଙ୍ଗ ଥାନାଅଧିକାରୀ ମମତା ବିଶ୍ଵାଳଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ କବି ବିଶ୍ୱ ରଂଜନ ମହାନ୍ତି, ସମାଜସେବୀ ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ଓ ସାହିତ୍ୟିକ ଦାଶରଥି ମହାନ୍ତି । ସୂଚନା କେନ୍ଦ୍ର ମଂଚ ତରଫରୁ ଉପସ୍ଥିତ ସମସ୍ତ କବି ମାନଙ୍କୁ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ନିମାଇଁ ସଂସଦର ମାନସ ରଂଜନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.