ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ “ପ୍ରଗତି ଉତ୍କଳ ସଂଘ” ଆନୁକୂଲ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମଜୟନ୍ତୀ ସହ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ଅତିଥିମାନେ ବିଜୁ ପଟ୍ଟନାୟକଙ୍କ ତୈଳ ଚଳଚ୍ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସଭାପତି ଶ୍ରୀ ସ୍ୱାଇଁଙ୍କ ସ୍ୱାଗତ ଅଭିଭାଷଣ ପରେ ମୁଖ୍ୟବକ୍ତା ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ ଜୀବନ ଗାଥାର କିଛି ମାର୍ମିକ ଅଧ୍ୟାୟ ବର୍ଣ୍ଣନା କରିବା ସହ ନୂତନ ଓଡ଼ିଶା ଗଠନରେ ତାଙ୍କର ଅନନ୍ୟ ଅବଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଏକ ମନୋଜ୍ଞ କବିତାପାଠ ଉତ୍ସବ କବି ବିଜୟଲକ୍ଷ୍ମୀ ପଟ୍ଟନାୟକ ଏବଂ ବିନତା ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁନିଲ୍ କୁମାର ଦାସ, ତ୍ରିଲୋଚନ ସ୍ୱାଇଁ, ରଶ୍ମି ସାହୁ, ବିଜୟୀନୀ ଜେନା, ଅଶୋକ କୁମାର ପଟ୍ଟନାୟକ, କିଶୋରୀ ମୋହନ କର, ପରେଶ ବିଶ୍ୱାଳ, ରଜନୀ ସାହୁ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ବ୍ରଜେନ୍ଦ୍ର ଦାଶ ଏବଂ ବିନତା ମହାନ୍ତ ପ୍ରମୁଖ ସ୍ୱରଚିତ କବିତାମାନ ପାଠ କରିଥିଲେ । ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ରଶ୍ମିରଞ୍ଜନ ବୋଇତାଇ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, ପାଠାଗାର ସମ୍ପାଦକ ଇନ୍ଦ୍ରମଣି ମହାପାତ୍ର, ପରୀକ୍ଷିତ ଗୁରୁ, ଆଲୋକ ରଞ୍ଜନ ବୋଷ୍ ଏବଂ ଧରଣୀଧର ସାମଲ ପ୍ରମୁଖ ସହାୟତା କରିଥିବାବେଳେ ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ପ୍ରମୋଦ କୁମାର ପତି, ପ୍ରତାପ କୁମାର ପଟ୍ଟନାୟକ, କୈଳାସ ଚନ୍ଦ୍ର ମାହାଳି, ଦିଲ୍ଲୀପ କୁମାର ମହାନ୍ତ, ଅଜୟ ମହାନ୍ତି, ଜଗନ୍ନାଥ ରାଉତ, କାଶୀନାଥ ପାତ୍ର ହରେକୃଷ୍ଣ ପାଢ଼ୀ ପ୍ରମୁଖ ଶତାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।